କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତାର ଏକ ଗୋଦାମ ଗୃହ ଆଗରେଆଜି ଶାଶୁଙ୍କ ମୃତ ଦେହକୁ ରଖି ନ୍ୟାୟ ପାଇବା ପାଇଁ ଧାରଣା ବସିଛନ୍ତି ବିଧବାବୋହୂ । ଗତକାଲି ରାତିରେ ଶାଶୁ ଙ୍କ ମୃତ୍ୟୁ ହେବାରୁ ଭବାନୀ ପାଟଣା ରହୁଥିବା ବୋହୂ ଟିକିରି ପହଞ୍ଚିବା ପରେ ଗୌଡ଼ ସାହିର ଜ୍ଞାତି କୁଟୁମ୍ବ ସହିତ ଗ୍ରାମର ନର ସିଂହ ଷଡଙ୍ଗୀଙ୍କ ଗୋଦାମ ଘର ଆଗରେ ଧାରଣା ରେ ବସିଛନ୍ତି । ବୋହୂ କହିବାର ହେଲା ଶାଶୁ ଙ୍କ ନାମରେ ଥିବା ମୂଲ୍ୟବାନଜମିଏବଂ ଘର କୁ ଏନ ଷଡଙ୍ଗୀ ନାମକ ବ୍ୟକ୍ତି ହଡପ କରିଏକ ପରିତ୍ୟକ୍ତ ଗୃହରେ ଅସହାୟ ଅବସ୍ଥାରେ ରଖିଥିଲେ ।ମୁଁ ଶାଶୁଙ୍କୁ ଭବାନୀ ପାଟଣା ନେଇ ନିଜ ପାଖରେ ରଖି ସେବା ଶୁଶ୍ରୁଷା କରିଥିଲି ।ହଡପ ଜମିଫେରି ପାଇବାରେ ପୁତ୍ର ବଧୂ ହିସାବରେ କୋର୍ଟରେ ମାମଲା ହୋଇଛି ।ସ୍ୱାମୀ ମରିଯିବା ପରେମୁଁ ନିଜ ଗାଁ କୁ ଫେରିଯାଇ ଅଙ୍ଗନ ୱାଡ଼ି ଚାକିରି କରି ଚଳୁଛି ।ପାଖରେ ଜଣେ ନଣନ୍ଦ ରହୁଛନ୍ତି ।ଏବେ ଟିକିରି ଆସିବା ପରେମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ।ନ୍ୟାୟ ପାଇବା ପାଇଁ ଆମ ଜମି ଉପରେ ନିର୍ମାଣ ହୋଇଥିବାଗୋଦାମ ଘର ଆଗରେ ଶାଶୁ ଙ୍କ ମୃତ ଦେହ କୁ ରଖି ଧାରଣା ବସିଛି ।ସ୍ଥାନୀୟ ଟିକିରି ପୁଲିସ ଏଥିରେ ସହଯୋଗ କରୁ ନଥିବାର ଅଭିଯୋଗ କରିବା ତୁରନ୍ତ ଜାଲ ପଟ୍ଟା ଜରିଆରେ ହଡପ ହୋଇ ଥିବା ଜମିର ଫେରି ପାଇବା ଦିଗରେ ପଦକ୍ଷେପ ନ ନେଲେନଣନ୍ଦ ଭାଉଜ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ।ଏହି ଘଟଣାରେ ସଂପୃକ୍ତ ଏନ ଷଡଙ୍ଗୀ ଙ୍କସହିତଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ନିଆ ଯାଉ ପାରି ନାହିଁ ।ଅପର ପକ୍ଷରେ ପୁଲିସ ଉଭୟ ପକ୍ଷକୁ ଡାକିଜମି ପଟ୍ଟା ର କାଗଜ ପତ୍ର ଯାଞ୍ଚ କରିବା ସହଘର ଆଗରୁ ଶବ ଉଠାଇବା ପାଇଁ ବୁଝା ସୁଝା କରୁଥିବା ଜଣା ଯାଇଛି ।ଏହି ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.
Prev Post