ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା 98କେଜିର ରେକର୍ଡକୁ ଭଙ୍ଗ କରିଛନ୍ତି I ଏଥିସହିତ କ୍ଲିନ ଆଣ୍ଡ ଜର୍କରେ 115 କେଜି ଉତ୍ତୋଳନସହ ମୋଟ 214 କେଜି ଉତ୍ତୋଳନକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ 209 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ମଣିପୁରର ଖ. ସରଜୁବାଳା ଦେବୀ ମୋଟ 196 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ଜୁନିୟର ମହିଳା 76 ବର୍ଗରେ ହରିୟାଣାର ଜ୍ୟୋତି ୟାଦବ ମୋଟ 184 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ 172 କେଜି ଉତ୍ତୋଳନ କଟି ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ 171 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
76 କେଜି ମହିଳା ୟୁଥ ବର୍ଗରେ ହରିୟାଣାର ଶୀତଳ ମୋଟ 149 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଣ୍ଡିଚେରୀର ଭି. ଦେବୀ ମୋଟ 148 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ୟାଦବ ମୋଟ 139 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.