ଜଗତସିଂପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳସ୍ଥିତ ବାୟା ଅବଧୂତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଳିକା ମାନଙ୍କ ଆତ୍ମସୁରକ୍ଷା କଲେଜେ ପରିସରରେ ଆଜି ଅଧକ୍ଷ ସୁବାଷ ଚନ୍ଦ୍ର ରାଉତ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି। ଶ୍ରୀଯୁକ୍ତ ରାଉତ ଉଦଘାଟନ କରିବାପରେ ସମାଜର ବିକାଶ ରେ ନାରୀ ମାନଙ୍କ ଅବଦାନ ଓ ସେମାନଙ୍କର ବିକାଶ ରାଷ୍ଟ୍ର ର ବିକାଶ ବୋଲି କହିବା ସହିତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ. ଉକ୍ତ ଉଦଘାଟନ ସଭାରେ ସହକାରୀ ପ୍ରଫେସର ଡକ୍ଟର ବିବେକାନନ୍ଦ ସିଂ ଯୋଗଦେଇ ନାରୀମାନଙ୍କୁ ସମ୍ମାନ କରିବା ଅର୍ଥ ରାଷ୍ଟ୍ରକୁ ସମ୍ମାନ ବୋଲି କହିଥିଲେ। ଅଧ୍ୟାପକ ସୁରେଶ ଚନ୍ଦ୍ର ନାୟକ ଓ ଅଧ୍ୟାପକ ବିଭୂସେନ ପତି ଯୋଗଦେଇ ବାଳିକା ସୁରକ୍ଷା ତାଲିମ ର ଆବଶ୍ୟକତା ତଥା ଉପଯୁକ୍ତ ତାଲିମ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ମାଷ୍ଟର ଟ୍ରେନର ସୁଶ୍ରୀ ରଶ୍ମିତା ବିଶ୍ୱାଳ ତାଲିମ ଦେବା ସହ ନିଜକୁ ସୁରକ୍ଷା ସହିତ ଅନ୍ୟର ସୁରକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଶିବିର ଆଜି ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ବାଳିକା ଆତ୍ମ ସୁରକ୍ଷା ତାଲିମ ର କାର୍ଯ୍ୟକ୍ରମ କୁ ଅଧିକାରୀ ଫକୀର ଚରଣ ବାରିକ ଧନ୍ୟବାଦ ଦେବା ସହ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.