୧୫ ବର୍ଷ ରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବୈଜାପାଳୀ ଚାମ୍ପିଅନ

13


​ଝାରସୁଗୁଡ଼ା, ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଫୁଟବଲ୍ ଷ୍ଟାଡିୟମ୍ ଠାରେ ରବିବାର ଉତ୍କଳ ଆଥଲେଟିକ୍ କ୍ଲବ ଆନୁକୂଲ୍ୟରେ ରବିବାର ଏକ ଦିନିକିଆ ୧୫ ବର୍ଷ ରୁ କମ ବାଳକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ।​ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲାରେ ବୈଜାପାଳୀ ଫୁଟବଲ ଟିମ ଏବଂ ବେହେରାପାଟ ମା ସମଲେଇ ୟୁଥ୍ କ୍ଲବ ପରସ୍ପରକୁ ଭେଟିଥିଲେ। ପ୍ରଥମାର୍ଧ୍ଵ ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ଥିଲେ। କିନ୍ତୁ ଦ୍ୱିତୀୟାର୍ଥରେ ଚମତ୍କାର ପ୍ରଦର୍ଶନ କରି ବୈଜାପାଳୀ ଦଳ ବେହେରାପାଟକୁ ୨-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରି ଚାମ୍ପିଅନ୍ ଟ୍ରଫି ଅକ୍ତିଆର କରିଛି।
​ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ତାପସ ରାୟ ଚୌଧୁରୀ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଗଣେଶ ନାୟକ, ଭଗବାନ ଡ଼ିଲ୍ଲା, ରାମବିଳାଶ ବିଶ୍ୱକର୍ମା, ବାଜୁ ରାଓ ପଟ୍ଟନାୟକ, କେ. ଜଗନ୍ନାଥ ରାଓ, ପ୍ରଶାନ୍ତ ତ୍ରିପାଠୀ, ବିଜୟ ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।​ଟୁର୍ଣ୍ଣାମେଣ୍ଟକୁ ସୁଶାନ୍ତ ମହାନ୍ତି ସୁଚାରୁରୂପେ ପରିଚାଳନା କରିଥିଲେ। ମ୍ୟାଚ୍‌କୁ ଅମିତ ବାଗ, ସଞ୍ଜୟ କିଷାନ, ଅମିର ପ୍ରଧାନ, ସୀତଳ ଗୁରୁଙ୍ଗ ପ୍ରମୁଖ ପରିଚାଳନା କରିଥିବାବେଳେ ପି. ରାଜେଶ୍ୱର ରାଓ ମ୍ୟାଚ୍ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ।

Leave A Reply

Your email address will not be published.