ବଲାଙ୍ଗୀର,୧୨/୧୧ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ବଲାଙ୍ଗୀର ହନୁମାନ ଘାଟ ପୂଜା କମିଟି ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୬ ନଟରାଜ ପ୍ୟାଲେସଠାରେ ଆୟୋଜିତ ହୋଇଯାଇଛି।
ଏହି ଉତ୍ସବରେ ନାଚ, ଗୀତ ଓ ବାଦ୍ୟର ଆସର ସାଙ୍ଗକୁ ବିଭିନ୍ନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ ଦଳ ଟିମ୍ ଏକତା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଢୋଲ, ନିଶାନ, ତାସା ଓ ଗୀତର ତାଳେ ତାଳେ ଦର୍ଶକମାନେ ଝୁମି ଉଠିଥିଲେ।
ଏହି ଅବସରରେ ହନୁମାନ ଘାଟ ପୂଜା କମିଟି ପକ୍ଷରୁ ସମସ୍ତ କଳାକାରଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ନୂଆଖାଇର ଭାଇଚାରା, ଏକତା ଓ ପଶ୍ଚିମ ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ ଏହି ଭେଟଘାଟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.