ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ କେନ୍ଦ୍ର ଶାଖା ସଂଯୋଜକ ଶ୍ରୀ ଭାଗବତ ପାଢୀଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସୁଦୂର ବ୍ରାହ୍ମପୁରରୁ ଆସିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ସଚ୍ଚିଦା ନନ୍ଦ ପାତ୍ର , ପ୍ରାଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ରଥ , ଶ୍ରୀ ବିପ୍ର ଚରଣ ରଥ , ଶ୍ରୀ ବି .ନୀଲାକ୍ଷି , କିଶୋର ଚନ୍ଦ୍ର ରାଉତ , ଶ୍ରୀ ଗୋପାଳ କୃଷ୍ଣ ପାଣୀଗ୍ରାହି ପ୍ରମୁଖ ଉପସ୍ଥିତ ରହି ପାରାଳାଖେମୁଣ୍ଡି ଠାରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବା , ନିୟମିତ କାର୍ଯ୍ୟକ୍ରମ ଜାରୀ ରଖି ସ୍ୱାମୀ ବିବେକାନନ୍ଦଙ୍କ ସନ୍ଦେଶ ପହଞ୍ଚାଇବା ଏହି କାର୍ଯ୍ୟାକ୍ରମର ମୂଳ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ।
ଏତତ୍ ବ୍ୟତୀତ ସଂସ୍କାର , ଚରିତ୍ର ଗଠନ , ରାଷ୍ଟ୍ର ଗଠନ , ଏବଂଯୋଗାଭ୍ୟାସ ଦ୍ୱାରା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଶୃଙ୍ଖଳା ସୃଷ୍ଟି କରିବା। ତତ ସଙ୍ଗେ ସଙ୍ଗେ ସମ୍ପର୍କ ସ୍ଥାପନ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ବାର୍ତ୍ତା ପ୍ରଦାନ କରି ପାରାଳାଖେମୁଣ୍ଡି ଠାରେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ଶ୍ରୀ ଅନାଦୀ ପାଣିଗ୍ରାହୀ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶୀକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଘ୍ନେଶର ଦାସ , ଶ୍ରୀ ବିଘ୍ନରାଜ ପଣ୍ଡା , କୁମୁଦ ରଞ୍ଜନ ଦାଶ ଓ ସସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ପ୍ରଫୁଲ୍ଲା କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.