ବାସୁଦେବପୁର(ପ୍ରତାପ ପାଢ଼ୀ): ବାସୁଦେବପୁର ରେ ଆଜି ଭୋର ସମୟରେ ଏକ ସଡ଼କ ଦୁର୍ଘଟଣାରେ ବିପିନ୍ କୁମାର ବେହେରା ନାମକ ଜଣେ ଯୁବକଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ସୂଚନା ଅନୁସାରେ ଜମୁଝାଡି ଧାମରା ରାସ୍ତା ଦେଇ କୌଣସି କାମ ସାରି ବିପିନ ଓ ଅନ୍ୟ ଜଣେ ବାସୁଦେବପୁରକୁ ଫେରୁଥିବା ସମୟରେ ମାତାଜି ମଠ ଛକ ଆଗରେ ଥିବା ନିର୍ମାଣ ଧିନ ପୋଲ ତଳକୁ ନିଜ ମୋଟର ସାଇକେଲ ସହ ଗଳି ପଡିଥିଲେ |ଘଟଣା ସ୍ଥଳରେ ବିପିନ ବେହେରା ଙ୍କ ମୃତ୍ୟ ହୋଇ ଥିବା ବେଳେ ମୁକେଶ ପ୍ରଧାନ ଗୁରୁତର ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଜନ ସାଧାରଣ ଙ୍କ ତରଫ ରୁ ରାସ୍ତା ରୋକ କରା ଯାଇ ଥିବା ବେଳେ ମୃତକ ପରିବାର ଙ୍କୁ କ୍ଷତି ପୂରଣ ଦାବି କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post