ସମ୍ବଲପୁର() ଡବଲ ଇଂଜିନ ସରକାର ଚାଷୀଙ୍କୁ ଆମସ୍ତ ପ୍ରକାର ସୁବିଧା ଜଗଉଥିବା କହୁଥିବାବେଳେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସରକାର ଙ୍କ ପ୍ରତିବର୍ଷ ନୁଆଁ ନୁଆଁ ନିୟମକୁ ନେଇ ଚାଷୀକୁଳ ଅସନ୍ତୋଷ ହେଉଥିବା ତଥା ଧାନ କିଣାବିକା, ମଣ୍ଡି ରେ ଦଲାଲ ରାଜ, ମିଲର୍ସ ଙ୍କ ମନମୁଖୀ କଟନି ଛଟଣୀ ଏବଂ ଛତିଶଗଡ ଗଡ଼ ଓଡିଶା ଠାରୁ ଛୋଟ ରାଜ୍ୟ ହୋଇଥିବା ସତ୍ୱେ ଛତିଶଗଡ଼ ୧୫୦ ମେଟ୍ରିକ ଟନ ଓ ଓଡିଶା ଦୁଇ ଋତୁ କୁ ନେଇ ୯୨ ମେଟ୍ରିକ ଟନ କଣ ପାଇଁ ରଖା ଯାଉଛି l ଏହାକୁ ନେଇ ପଶ୍ଚିମ ଚାଷୀ ସଂଗଠନ ପକ୍ଷରୁ ରଣହୁଙ୍କାର ଦିଆଯାଇଛି l
ଠିକ ଧାନ ସଂଗ୍ରହ ବେଳକୁ ସରକାର ପ୍ରତିବର୍ଷ ନୁଆଁ ନୁଆଁ ନିୟମ ତିଆରି କରୁଛନ୍ତି l ପ୍ରଥମେ ଟୋକାନ, ପରେ ବଂଶବାଲି ଏବଂ ଏବେ ଚାଷୀ ପଞ୍ଜିକରଣ ନାମରେ ଚାଷୀଙ୍କୁ ହଇରାଣ ହରକତ କରାଯାଉଛି l ଆଗାମୀ ଦିନରେ ସେମାନଙ୍କ ଠାରୁ ପାଣି, ଦାନା, ଜମି, ବିହନ ଛଡାଇ ନେବା ଚକ୍ରାନ୍ତ ଚାଲିଛି କି ? ମୁଖ୍ୟତଃ ଦେଖିବାକୁ ଗଲେ ଗ୍ରାମଞ୍ଚଳ ଗୁଡିକରେ ସରକାରଙ୍କ ସରକାରୀ ବାବୁ ମାନେ ଜମି କଲମ ୨ କାର୍ଯ୍ୟ ସାରିପାରନ୍ତି ନୁହେଁ l ତତପରେ ଅନେକ ଚାଷୀଙ୍କ ଜମି ଏବେ ମଧ୍ୟ ମୃତକ ଅଜା ଆଇ, ବାପା ମା ଙ୍କ ନାମରେ ରହି ଅଛି l ଯାହା ଫଳରେ ଏବେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣ ହେବା ଅସମ୍ଭବ ହୋଇପଡିଛି l ଯାହା ଫଳରେ ଧାନ କାର୍ଡରୁ ଅନେକ ଚାଷୀ ବଂଚିତ ରହୁଥିବା ଦେଖିବାକୁ ମିଳୁଛି l ଏହା ପଛରେ ଅସାଧୁ ରାଜନେତା, ପ୍ରଶାସନିକ ଦଳ ଓ ମିଲର୍ସଙ୍କ ମଧ୍ୟରେ ମେଣ୍ଟ ରହୁଥିବା ସନ୍ଦେହ କରାଯାଉଛି, ବୋଲି ଅଭିଯୋଗ ଆଣିଛି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୟୟ ସମିତି l ବିଭିନ୍ନ ଆଳରେ ଏହିଭଳି ଭାବରେ ହଇରାଣ କରାଗଲେ ଏଣିକି ପ୍ରତ୍ୟୋକ ଧାନମଣ୍ଡି ରାଣକ୍ଷେତ୍ର ପାଲଟିବ ବୋଲି ସମିତି ଧମକ ଦେଇଛି l ଆରଡିସିଙ୍କୁ ୧୦ ଦଫା ସମ୍ବଲିତ ଦାବିପତ୍ର ପ୍ରଦାନ ଏବଂ ଚାଷୀ ଚେତାବନୀ ବିକ୍ଷୋଭ ସମାବେଶ ରେ ଏହି ମର୍ମରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ରୁ ଚାଷୀମାନେ ଗର୍ଜିଛନ୍ତି l ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଧାନକ୍ରୟ ନୀତିକୁ ନେଇ କୁହାଯାଇଛି ଓଡ଼ିଶାଠାରୁ ଛୋଟ ରାଜ୍ୟ ହୋଇଥିବା ସତ୍ୱେ ଛତିଶଗଡ ସରକାର କେବଳ ଖରିଫ ଋତୁରେ ୧୫୦ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ କିଣୁଥିବାବେଳେ ଓଡିଶା ସରକାର ଦୁଇ ଋତୁରେ ମିଳିତ ଭାବେ ଧାନକ୍ରୟ ପରିମାଣ ୯୨ ଲକ୍ଷ ମେଟ୍ରିକ ଟନରେ କାହିଁକି ସୀମିତ ରଖିଛନ୍ତି l ବର୍ତ୍ତମାନ ଏକର ପିଛା ୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଲାଣି l କିନ୍ତୁ ସରକାର ଆଉ କେତେଦିନ ଜଳସେଚିତ ଜମିରେ ୧୯ ଓ ୧୩ କ୍ୱିଣ୍ଟାଲ ଧାନକ୍ରୟ ସୀମା ଏପରିବର୍ତ୍ତିତ ରଖି ଚାଷୀଙ୍କୁ ଅଭାବୀ ବିକ୍ରିକୁ ଥେଲୁଥିବେ l ଏହି ଅବସରରେ ଚାଷୀମାନେ ମନ୍ତ୍ରୀ ମାନଙ୍କୁ ଆକ୍ଷେପ କରି କହିଛନ୍ତି, ଚାଷୀ ମାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିୟନ୍ତ୍ରଣ କରନ୍ତୁ l ଏହି ପରିପେକ୍ଷୀରେ ଆସନ୍ତା ଖରିଫ ଧାନ ବିକ୍ରି ସମୟରେ ଚାଷୀ ପଞ୍ଜିକରଣ (ଅଗ୍ରୀଷ୍ଟକ ) ଆଳରେ ଟୋକାନ ସମସ୍ୟା ସୃଷ୍ଟି ନହେବା ନେଇ ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ନିର୍ଭରଯୋଗ୍ୟ ପ୍ରତିଶୃତି ଦିଅନ୍ତୁ l ପ୍ରତ୍ୟୋକ ଚାଷୀଙ୍କ ପଞ୍ଜିକରଣ ଅନୁଯାୟୀ ଆରମ୍ଭରୁ ଏକାକାଳୀନ ଟୋକାନ ପ୍ରଦାନ ବ୍ୟବସ୍ତା ନିଶ୍ଚିତ କରିବା ଶହ ସଟାଲାଇଟ ସର୍ଭେରେ ରହୁଥିବା ଦୋଷତ୍ରୁଟି ଦୂର କରାଯାଉ l ଜିଲ୍ଲା କ୍ରୟ ସମିତିକୁ ପୁନଃକ୍ଷମତା ପ୍ରଦାନ, ନିର୍ଦ୍ଧାରଣ, ଟୋକାନ ପରିଚାଳନା ଏବଂ ସମୃକ୍ତ ସମସ୍ୟାର ସମାଧାନ ଜିଲ୍ଲା ଓ ପ୍ୟାକ୍ସ ସ୍ତରରେ କରାଯିବା, ରାଜଧାନୀରୁ ଧାନ କ୍ରୟବିକ୍ରୟ ବ୍ୟବସ୍ଥାର ନିୟନ୍ତ୍ରଣ ବନ୍ଦ କରାଯିବା, ଫସଲ ବିବିଧିକାରଣ ସ୍ୱାଗତଯୋଗ୍ୟ କିନ୍ତୁ ଅଣଧାନ ଚାଷୀ Shyd, ମଣ୍ଡି କଟନୀଚଟନୀ ବନ୍ଦ କରି ପ୍ରକୃତ ଅର୍ଥରେ ୩୧୦୦ ଟଙ୍କା ପ୍ରଦାନ ଆଦି ୧୦ ଦଫା ଦାବି ଉଦଯାପନ କରିଥିଲେ l ଏହା ପୂର୍ବରୁ ଚାଷୀରେଖାରୁ ଏକ ବାଇକ ରାଲି ବାହାରିଥିଲା l ଜମାଦାରପାଳି, ଅଇଁଠାପାଳି, ଲଷ୍ମୀଟକିଜ, ଜେଲଛକ ଦେଇ ଏହି ରାଲି ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ସମାବେଶ ହୋଇଥିଲା l ଏହି ଅବସରରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ବାଇକ ଓ ଟ୍ରାକ୍ଟରରେ ବହୁସଂଖ୍ୟାରେ ଚାଷୀ ଆସି ପହଂଚିଥିଲେ l ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ସଭାପତି ବ୍ୟୋମକେଶ ଠାକୁର ଙ୍କ ଅଧକ୍ଷତାରେ ସମିତି ଆବାହକ ଲିଙ୍ଗରାଜ, ଅଶୋକ ପ୍ରଧାନ, ପ୍ରଵକ୍ତା ସରୋଜ, ସୁଶୀଲ ସାହୁ, ଦିଲୀପ ବଢ଼େଇ, ଗୋପୀନାଥ ମାଝୀ, ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, ବିରଞ୍ଚି ସାହୁ, ବଲକୃଷ୍ଣ ଷଣ୍ଢ, ସୁରଥ କିସାନ, ବୈକୁଣ୍ଠ ଶତପଥି, ଯୋଗେଶ ଯାଦବ, ହୃଷିକେଶ ପ୍ରଧାନ, ଦେବି ପ୍ରସାଦ ପୃଷ୍ଟି, ହରିବଣିଆ, ପ୍ରମୋଦ ଝଙ୍କାର, ସୁଧୀର ବାଗର ପ୍ରମୁଖ ଉପସ୍ଥିତ ରହି ଅରଦିସୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଉପରୋକ୍ତ ଦାବି ଗୁଡିକ ସରକାର ଯଦି ଅବମାନନା କରୁଛନ୍ତି ତାହାହେଲେ ଆଗକୁ ରାଜ୍ୟବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l