ହାଟଡିହି(ମକରଧ୍ବଜ ଯେନା): ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଡଅଁର ଟିଏମ ଏକାଡେମୀ ଉଣେଇଷ ଅଠାଅଶୀ ଦଶମବ୍ୟାଚ୍ ର ଏକ ବନ୍ଧୁମିଳନ କାଯ୍ର୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଡଅଁର ଠାରେ ହେଇଥିବାବେଳେ ଏଥିରେ ଉଣେଇଷ ଅଠାଅଶୀ ମସିହା ଦଶମ ଶ୍ରେଣୀର ପଢୁଥିବା ଛାତ୍ର ଛାତ୍ରୀ ଓ ଗୁରୁଜୀ ,କାତ୍ତିକେଶ୍ବର ନାୟକ,ଚୈତନ ଚରଣ ନାୟକ, ଜଳଧରଯେନା, ବଟକୃଷ୍ଣ ଯେନା, ଦୋଳଗୋବିନ୍ଦ ପାଗଳ,ପଦ୍ମନାଭ ମାହାନ୍ତୀ,ନିରୋଧ କୁମାର ବାରିକ,ଉପସ୍ଥିତ ଥିଲେ। ଗୁରୁଜୀ ବୃନ୍ଦ ସେମାନଙ୍କ ଅଭିଭାଷଣ ମାଧ୍ୟମରେ ଆର୍ଶୀବାଦ ଦେବା ସହିତ ସତ୍ ମାର୍ଗ ,ସୌନ୍ଦର୍ୟମୟ ଜୀବନଜାପନ କାମନା କରିଥିଲେ। ସଂଫଳତା କେବଳ ଗୁରୁଙ୍କ କୃପାରୁ ହିଁ ମଳିଥାଏ ବୋଲି ଉପସ୍ଥିତ ସଦସ୍ୟ ସଦସ୍ୟା ମତ ପ୍ରକାଶ କରିଥିଲେ। ଦୀର୍ଘ ଚବିଶି ବର୍ଷ ପରେ ପରସ୍ପର ମଧ୍ୟରେ ଦେଖାସାକ୍ଷାତ୍ ଏକ ଆନନ୍ଦ ଉଲ୍ଲାସ ପରିବେଶ ସୃଷ୍ଟି କରିଥିଲା |
Sign in
Sign in
Recover your password.
A password will be e-mailed to you.
Prev Post
Next Post