ଡିସେମ୍ବର ୬ରେ ଆଦିବାସୀ ସମାଜର ନୂଆଁଖାଇ ଭେଟଘାଟ

10


ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ହେବ ଉତ୍ସବ, ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା, ୧୨: ସମ୍ବଲପୁରୀ ସଂସ୍କୃତି, ଆଦିବାସୀ ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତା ନେଇ ଆସନ୍ତା ଡିସେମ୍ବର ୬ ତାରିଖ ରବିବାର ଦିନ ଝାରସୁଗୁଡ଼ାରେ ନୂଆଁଖାଇ ଭେଟଘାଟ ଆୟୋଜିତ ହେବ। ସମ୍ମିଳିତ ଆଦିବାସୀ ସମାଜ ଓ ଆଦିବାସୀ ଶକ୍ତିପୀଠ ସେବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜନ କରାଯିବ। ଏଥିପାଇଁ କାର୍ଯ୍ୟକ୍ରମ ସ୍ଥଳ ନିର୍ଦ୍ଧାରଣ ନିମନ୍ତେ ସଂଗଠନର କର୍ମକର୍ତ୍ତାମାନେ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟର ପ୍ରେକ୍ଷାଳୟ ପରିଦର୍ଶନ କରିଛନ୍ତି।

ଏହି ପରିଦର୍ଶନରେ ସମ୍ମିଳିତ ଆଦିବାସୀ ସମାଜର ସଭାପତି ରତ୍ନାକର ପ୍ରଧାନ, ମହାସଚିବ ମହେନ୍ଦ୍ର ନାଏକ, ଉପସଭାପତି ସବିତା ପ୍ରଧାନ, କୋଷାଧ୍ୟକ୍ଷ ବିନୋଦ ବିହାରୀ ବାଗଙ୍କ ସମେତ ଉପଦେଷ୍ଟା ପରମାନନ୍ଦ ବାଗ, ଗଙ୍ଗାଧର ଭୋଇ, କଷ୍ଟୁ ପିଙ୍ଗ, ବାସୁଦେବ ଧୁରୁଆ, ବସନ୍ତ ଭୋଇ ଓ ଧର୍ମେନ୍ଦ୍ର କୁମାର କିସାନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନ ପରିଦର୍ଶନ ଓ ଆଲୋଚନା ପରେ ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ଭେଟଘାଟ ଆୟୋଜନ କରିବାକୁ ସ୍ଥିର ହୋଇଛି।

କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ। ସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ କଟକରୁ ଗଙ୍ଗାଧର ଦାସ ଓ ତାଙ୍କ ନୃତ୍ୟଦଳ ଯୋଗଦେବେ। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।

ନୂଆଁଖାଇର ଭାଇଚାରା, ସାମାଜିକ ସଦ୍‌ଭାବନା ଓ ସାଂସ୍କୃତିକ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଭେଟଘାଟରେ ବହୁ ସଂଖ୍ୟାରେ ଯୋଗଦେବାକୁ ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ମହେନ୍ଦ୍ର ନାଏକ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ଏଥିପାଇଁ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ଆସନ୍ତା ୨୨ ତାରିଖରେ ବଗଡ଼ିହି ରେଳ ଫାଟକ ନିକଟସ୍ଥ ଆର୍‌.ଆର୍‌.ଆର୍‌. କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.