କାର୍ତ୍ତିକ ପୂର୍ଣ୍ଣିମାରେ ମା’ ବୁଢ଼ାକେନ୍ଦୁ ପୀଠର ବାର୍ଷିକ ଯାତ୍ରା,ପୋଲିସ୍,ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବେଲଗୁଣ୍ଠା,୧୨/୧୧,-(ଶିବରାମ ଚୌଧୁରୀ )-ଆସନ୍ତା ଚବିଶି ତାରିଖ ମଙ୍ଗଳବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବୁଢ଼ାକେନ୍ଦୁ ପୀଠରେ ହେବାକୁ ଥିବା ବାର୍ଷିକ ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ନିମନ୍ତେ ପୋଲିସ,ପ୍ରଶାସନ ଏବଂ ପରିଚାଳନା କମିଟିରଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡା. ଦୀପକ କୁମାର ମିଶ୍ର, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ନାୟକ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡିଓ ସିଙ୍ଗାପୁରମ ହରି, ଏବିଡିଓ ସନ୍ତୋଷ ମନ୍ତ୍ରୀ, ଜିପିଓ ପରବ ପ୍ରଧାନ, ଓ ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,କମିଟି ଉପସଭାପତି ସୁରେନ୍ଦ୍ର କୁମାର ଡାକୁଆ, ସମ୍ପାଦକ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ବ୍ୟବସାୟିକ ଷ୍ଟଲ୍ ସ୍ଥାପନ, ପାନୀୟ ଜଳ ଯୋଗାଣ, ଗାଡ଼ି ଓ ସାଇକେଲ ପାର୍କିଂ, ଭିଡ଼ ନିୟନ୍ତ୍ରଣ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଓ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରଖିବା ଉପରେ ମତପ୍ରକାଶ ପାଇଥିଲା। ସୂଚନା ପ୍ରକାରେ କ୍ଷତ୍ରିୟବର ପଟୁ ଆସୁଥିବା ଗାଡି,ସାଇକେଲକୁ ଶିବ ମନ୍ଦିର ନିକଟରେ ପାର୍କିଂ କରିବା ବ୍ୟବସ୍ଥା କରାଯିବା ସହ କୁଲାଙ୍ଗୀ ପଟୁ ଆସୁଥିବା ଗାଡ଼ିକୁ ରାସ୍ତାରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ଗତ ବର୍ଷ ପାଖାପାଖି ୮୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ବେଳେ ଚଳିତ ବର୍ଷ ଏହା ଏକ ଲକ୍ଷ ପାର ହେବ ବୋଲି ଆକଳନ କରାଯାଇଛି। ସକାଳ ଚାରି ଘଣ୍ଟା ତିରିଶି ମିନିଟ୍ ସମୟରେ ମାଆଙ୍କ ନୀତିକାନ୍ତି , ଆଳତି ଅନୁଷ୍ଠିତ ହେବା ସହିତ ୫ ଘଣ୍ଟା ତିରିଶି ମିନିଟ୍ ସମୟରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ଅବସରରେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପାଖାପାଖି ୨୦ ଖଣ୍ଡ ଗ୍ରାମର ଯୁବ ଗୋଷ୍ଠୀ ସହଯୋଗ କରିବେ। ବୈଠକରେ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁ, ବାବା ହରିଶଙ୍କର ସ୍ୱାମୀ, ପ୍ରଦ୍ୟୁମ୍ନ ପାତ୍ର, ସଞ୍ଜୟ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ଗୌଡ଼, କାହ୍ନୁଚରଣ ବିଷୋୟୀ, ପିତାମ୍ବର ବିଷୋୟୀ, ପ୍ରଶାନ୍ତ କୁମାର ଦାଶ, ସୁଶାନ୍ତ କୁମାର ଗୌଡ଼ ଓ ପୁରୁଷୋତ୍ତମ ଗୌଡ଼ଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ରାଜୀବ କୁମାର ବେହେରା, ବୁଲୁ ମିଶ୍ର ଓ ପପୁ ଭାଇଙ୍କ ସମେତ ବହୁ ଗ୍ରାମର ଯୁବକ ସଂଘ ସଦସ୍ୟ ଉପସ୍ଥିତ ଥିଲେ।