ସ୍ୱଚ୍ଛତାର ବାର୍ତ୍ତା ନେଇ ୧୪ରେ ଝାରସୁଗୁଡ଼ାରେ ମେଗା ଅଭିଯାନ

12

ସହରର ୫୦ଟି ସ୍ଥାନରେ ହେବ ସଫେଇ କାର୍ଯ୍ୟକ୍ରମ, ସାମିଲ ହେବେ ସାମାଜିକ ସଂଗଠନ ଓ ସାଧାରଣ ଜନତା

ଝାରସୁଗୁଡ଼ା, ୧୨/୧୧: ଝାରସୁଗୁଡ଼ା ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସହର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ପୌରପାଳିକା ପକ୍ଷରୁ ଆସନ୍ତା ନଭେମ୍ବର ୧୪ ତାରିଖ ସକାଳ ୭ଟାରେ ଏକ ମେଗା ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ। ଏହି ଅଭିଯାନରେ ସହରର ବିଭିନ୍ନ ସାମାଜିକ ସଂଗଠନ ସହ ସାଧାରଣ ନାଗରିକମାନେ ସାମିଲ ହେବେ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।

ବିଧାୟକଙ୍କ ସୂଚନା ଅନୁଯାୟୀ, ଏହି ମେଗା ସ୍ୱଚ୍ଛତା ଅଭିଯାନ ପାଇଁ ପୌରପାଳିକା ପକ୍ଷରୁ ସହରର ମୋଟ ୫୦ଟି ସ୍ଥାନ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଜନସାଧାରଣଙ୍କୁ ଦାୟିତ୍ୱ ଦିଆଯାଇ ସାମିଲ କରାଯାଉଛି।

ସହରର ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ। ତେଣୁ ନିଜ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ସମସ୍ତେ ନିଜର ଦାୟିତ୍ୱବୋଧ ପ୍ରଦର୍ଶନ କରି ଏହି ଅଭିଯାନରେ ସକ୍ରିୟ ଭାବେ ଯୋଗଦେବାକୁ ବିଧାୟକ ଶ୍ରୀ ତ୍ରିପାଠୀ ନାଗରିକମାନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି।

Leave A Reply

Your email address will not be published.