କଫସିରଫ ବିକ୍ରେତା ସହ ନିଶା ଔଷଧ ଜବତ ।

0

ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ହନୁମାନ ପତାରେ ବେଆଇନ ବିକ୍ରୟ ହେଉଥିବା କଫ୍‌ ସିରପ୍ ଓ ନିଶା ବଟିକାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଏଥିରେ ସଂପୃକ୍ତ ଥିବା ଉକ୍ତ ପଡ଼ାର ସଫରାଜ ଖାନ (ଟିଙ୍କୁ)କୁ ଗିରଫ କରିଛି । କିଛି ଦିନ ହେଲା ଟିଙ୍କୁ ନିଶା ପାଇଁ ବ୍ୟବହୃତ କରପ୍ ଓ ନିଶା ବଟିକା ବିକ୍ରୟ କରୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ଏଏସ୍ଆଲ ମହମ୍ମଦ, ହାବିଲଦାର ପ୍ରେମାନନ୍ଦ ସାହୁ, ଗୀତାଞ୍ଜଳି ଭୋଇ, ସୁମିତ୍ରା ଲୁହାର, ଅର୍ଜୁନ ନାୟକ ବଢାଉ କରିଥିଲେ। ଚଢ଼ାଉ ବେଳେ ୨୦ ଲିଟର କଫ୍‌ ସିରପ୍ ମିଶ୍ରଣ, ୧୦ ବୋତଲ ଏସ୍କଫ୍ ସିରପ୍, ୨ ଷ୍ଟ୍ରିପ ନାଇଟ୍ରୋସେନ ଟେବଲେଟ ଜବତ କରିଥିଲେ | ପୂର୍ବରୁ ଅଭିଯୁକ୍ତ ନାମରେ ୭ଟି ମାମଲା ରହିଛି। ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଟିଙ୍କୁକୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଆଳ ସୂଚନା ଦେଇଛନ୍ତି |

Leave A Reply

Your email address will not be published.