ମିଡିଆ ବ୍ରଦର୍ସର ପ୍ରସ୍ତୁତି ବୈଠକ ; ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଚଳିତ ବର୍ଷର ଜଳଛତ୍ର କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବାରୁ ଆସନ୍ତା ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏକ ମାସ ଧରି ଚାଲିବ ବୋଲି ବୈଠକରେ ସ୍ଥିର ହୋଇଛି। ଚଳିତ ବର୍ଷ ଅନୁଷ୍ଠାନର ସମସ୍ତ ସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ମିଡିଆ ବ୍ରଦର୍ସର ସଭାପତି ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା ହୋଇଛି। ଏହି ବୈଠକରେ ଉପସଭାପତି ରମେଶ ଚନ୍ଦ୍ର ଜେନା, ସମ୍ପାଦକ ଅମିତାବ୍ ମହାପାତ୍ର, ସହ ସଂପାଦକ ଇଜାଜ୍ ଖାଁ, ମିଡିଆ ସଂଯୋଜକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ସଭ୍ୟ ପ୍ରତାପ ଶତପଥି, ଲକ୍ଷ୍ମୀଧର ସାହୁ, ମନମୋହନ ମହାନ୍ତି, ରଣଜିତ୍ ମଲ୍ଲିକ, ପ୍ରମୋଦ କୁମାର ସ୍ୱାଇଁ, ଦେବେନ୍ଦ୍ର ଷଢଙ୍ଗୀ, ନିର୍ମଳ ପଡିହାରୀ, କ୍ଷୀରୋଦ ଲେଙ୍କା, ସମିତିସଭ୍ୟ ରାଜେଶ କୁମାର ବେହେରାଙ୍କ ସମେତ ସମସ୍ତ ସଭ୍ୟସଭ୍ୟାମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.