ଅଗ୍ନିକାଣ୍ଡରେ ୨ବଖରା ଘର ପୋଡ଼ି ପାଉଁଶ

0

ଭଞ୍ଜନଗର: . ମୁଦୁଲିପଲି ପଞ୍ଚାୟତର ଭାଳିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାପୁନି ବିଷୋୟୀ ଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି।ଘରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଓ ଅନ୍ୟ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ସରପଞ୍ଚ କାହ୍ନୁ ଚରଣ ପ୍ରଧାନକ୍ଷତିଗ୍ରସ୍ତ ଲୋକଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.