ହାଟଡିହି(ମକରଧ୍ବଜ ଯେନା) : ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ତଥା ଲୋକପ୍ରିୟ ଲଢୁଆ ଯୁବନେତା ସ୍ବର୍ଗତ ସଂଗ୍ରାମ କେଶରୀ ଯେନାଙ୍କ ସ୍ମୃତି ଉଦେଶ୍ୟ ରେ ତାଙ୍କର ଜନ୍ମମାଟି କେଉଁଝର ଜିଲ୍ଲା ହାଟଡିହି ବ୍ଲକ ସଂଙ୍ଖଣା ଶ୍ରୀଶ୍ରୀ ଅଭିରାମଶ୍ବର କ୍ରିକେଟ୍ କ୍ଲବ ତେନ୍ତୁଲିନଣ୍ଡା ଅନୁକୁଲ୍ୟରେ ତେନ୍ତୁଲୀ ନଣ୍ଡା ମିନି ଷ୍ଟାଡିୟମ୍ ରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଦୟାଇଲେଭେନ୍ ରମ୍ପାସ ଓ ଆର୍ କେ ସିଟି କମ୍ପୁଣ୍ଡି ମଧରେ ଅନୁଷ୍ଟିତ ହୋଇଥିଲା ଓ ଦୟା ଇଲେଭେନ୍ ରଂମ୍ପାସ ବିଜୟ ହାସଲ କରିଥିଲା। ଏହି ଫାଇନାଲ୍ ମ୍ୟାଚ୍ ମୁଖ୍ୟ ଅତିଥି ଭାବରେ ଯୁବ ଶିଳ୍ପପତି ମନୋଜ କୁମାର ଜେନା ଉଇନର୍ ଟ୍ରଫି ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସତ୍ୟଭାମା ଯେନା ରନର୍ସ ଟ୍ରଫି ପ୍ରଦାନ କରି ଉଭୟ ଦଳକୁ ସମ୍ମାନୀତ କରିଥିଲେ। ଟ୍ରଫି ପ୍ରଦାନ ସଭାରେ ମାଧବାନନ୍ଦ ନାୟକ,କ୍ଷୀରୋଦ ରାଉତ,ରମାକାନ୍ତ ପହି,କିଷାନ୍ ସାହୁ, ପ୍ରଦୀପ ରାଉତ, ରବିନ୍ଦ୍ର ଯେନା,ରମାକାନ୍ତ ସହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିଶିର, ଦିପକ, ବିଜେନ୍ଦ୍ର, ବାବୁ, ସିଦ୍ଧୁ, ଅଜୟ, ଆଦି ଗ୍ରାମର ବହୁ ଯୁବକ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post