ପଖାଳ ମୋର ଅତି ପ୍ରିୟ-ଧର୍ମେନ୍ଦ୍ର ପ୍ରଧାନ

0

‘ପଖାଳ ଦିବସ’ ପାଳନ କଲେ କେନ୍ଦ୍ରମନ୍ତ୍ରୀ 

ନୂଆଦିଲ୍ଲୀ– ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ’ ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ। ପଖାଳ ମୋର ଅତି ପ୍ରିୟ। ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା। ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳ’ର ସ୍ଥାନ ସ୍ୱତନ୍ତ୍ର। ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Leave A Reply

Your email address will not be published.