ଜ୍ୟୋତିଷ ଶାସ୍ତ୍ରରେ ଗଣିତ ଜ୍ୟୋତିଷ ଅକାଟ୍ୟ : ପୃଥ୍ୱୀରାଜ ହରିଚନ୍ଦନ

13


ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୯ତମ ଶ୍ରାଦ୍ଧ ଉତ୍ସବ ପାଳିତ ଓ ସ୍ମାରକୀ ସମ୍ମାନ-୨୦୨୬ ପ୍ରଦାନ

ଭୁବନେଶ୍ୱର, ତା ୧୧.୧୧ : ଭୁବନେଶ୍ୱର ଓକିଲ ସଂଘ, ରାଜ୍ୟ ପୂଜ୍ୟପୂଜା ଟ୍ରଷ୍ଟ ଓ ରେବତୀକାନ୍ତ ଶାସ୍ତ୍ରୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଗଣିତ ଜ୍ୟୋତିଷ, ପୂର୍ବ ପ୍ରଶାସକ ଓ ତଳେ ପଡ଼ିଥିବା ମଣିଷର ଓକିଲ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୯ତମ ପୂଣ୍ୟତିଥି ବୁଧବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ସ୍ୱର୍ଗତ ବେରତୀକାନ୍ତ ଶାସ୍ତ୍ରୀ ଜଣେ ଚଳନ୍ତି ଅନୁଷ୍ଠାନ ଥିଲେ । ଜଣେ ସରକାରୀ ପ୍ରଶାସକ ହୋଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ନୂତନ ଯୁବପିଢି ଯେତେବେଳେ ଜ୍ୟୋତିଷ ଶାସ୍ତ୍ରକୁ ନୁ୍ୟନ ଦେଖୁଛନ୍ତି, ସେମାନେ ଜାଣିବା ଉଚିତ୍ ଯେ ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ ସମ୍ମତ ଓ ଗଣିତ ଜ୍ୟୋତିଷ ଅକାଟ୍ୟ ।
ବିଶିଷ୍ଟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ର୍ରଫେସର ଡଃ ପ୍ରଭାତ କୁମାର ମହାପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱର୍ଗତ ଶାସ୍ତ୍ରୀ ମୋ ପୂଜ୍ୟ ପିତୃଦେବଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ, ସେମାନେ ଘଣ୍ଟା ଘଣ୍ଟା ଧରି ଜ୍ୟୋତିଷ ଶାସ୍ତ୍ର ଆଲୋଚନା କରିବା ମୁଁ ଦେଖିଛି । ସେ ବହୁ ପ୍ରଜ୍ଞାର ଅଧିକାରୀ ଥିଲେ । ସମ୍ମାନିତ ଅତିଥି ରାଜ୍ୟ ଅଧିବକ୍ତା ପରିଷଦର ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ୱିବେଦୀ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଶାସ୍ତ୍ରୀ ଜଣେ ପ୍ରଶାସକ ଭାବେ ଯେଭଳି ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ, ଅବସର ପରେ ଜଣେ ଓକିଲ ଭାବରେ ସେ ସେହିଭଳି ଦକ୍ଷତା ପ୍ରଦର୍ଶନ କରି ଆମଭଳି ଯୁବ ଓକିଲମାନଙ୍କ ମାର୍ଗଦର୍ଶକ ଥିଲେ । ବରିଷ୍ଠ ପୁଲିସ୍ ପ୍ରଶାସକ ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ହାଇକୋର୍ଟ ଓକିଲ ସଂଘର ସଭାପତି ଲଲାଟେନ୍ଦୁ ସାମନ୍ତରାୟ, ଉପସଭାପତି ପ୍ରଦୀପ କୁମାର ମହାପାତ୍ର ଓ ବିଶିଷ୍ଟ ଜ୍ୟୋତିର୍ବିଦ ବୈକୁଣ୍ଠନାଥ ନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଶାସ୍ତ୍ରୀଙ୍କୁ ଜଣେ ସାର୍ଥକ ଓ ସମର୍ଥ ମଣିଷ ବୋଲି କହିଥିଲେ । ତାର ଉଦାହରଣ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ । ତାଙ୍କର ସଂକଳ୍ପ ଓ ନିଷ୍ଠାରେ ସ୍ମୃତି ପରିଷଦ ଏବେବି କାର୍ଯ୍ୟକ୍ଷମ ।


କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ୱର ଓକିଲ ସଂଘର ସଭାପତି ଅଶୋକ କୁମାର ଛୋଟରାୟ ସ୍ୱାଗତ ଭାଷଣ, ସମ୍ପାଦକ ସୁମନ ରାଉତରାୟ ସଂକ୍ଷିପ୍ତ ବକ୍ତବ୍ୟ ଓ ରେବତୀକାନ୍ତ ଶାସ୍ତ୍ରୀ ଫାଉଣ୍ଡେସନର ସଭାପତି ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରେବତୀକାନ୍ତ ଶାସ୍ତ୍ରୀ ସ୍ମାରକୀ ସମ୍ମାନ-୨୦୨୬ ଜ୍ୟୋତିଷ ପାଇଁ ପୂର୍ବ ପ୍ରଶାସକ ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ସାହିତ୍ୟ ପାଇଁ ଭଞ୍ଜନଗରର କବୟିତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଉତ୍ତରୀୟ, ମାନପତ୍ର ଓ ସ୍ମାରକୀ ଫଳକ ପ୍ରଦାନ କରିଥିଲେ ଓ ନୂତନ ପିଢିର ଯୁବ ଆଇନଜୀବୀ ପ୍ରଭାତ କୁମାର ପଣ୍ଡା, ରାହୁଲ ରଥ, ନୃସିଂହ ଚରଣ ସାହୁ, ଅଭିରାମ ଦୀପ ଓ ଟି. ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧନା ଓ ଆଇନ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଇନଜୀବୀ ଶୀଳାଦିତ୍ୟ ଶାସ୍ତ୍ରୀ, ଶିକ୍ତ ସିଦ୍ଧାର୍ଥ ମହାନ୍ତି, ଅଶୋକ ବଡ଼ପଣ୍ଡା, ରମାକାନ୍ତ ରାଉତରାୟ ଓ ଶାରଦା ମଞ୍ଜରୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.