ଦୁଇ ବାଇକ ଧକ୍କାରେ ୨ଗୁରୁତର

0

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାମଠଣା ଗାଁ ନିକଟରେ ଦୁଇ ବାଇକ ଧକ୍କାରେ ୨ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଜ ଘର ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା କୁ ଯାଇ ଖାଇବା ଆଣିବା ପାଇଁ ଗୋଟିଏ ବାଇକରେ ମୁଗୁରି ୱାଡାକା ଯାଉଥିବା ବେଳେ ବିପରୀତ ଦିଗରୁ କଳାହାଣ୍ଡି ଜିଲ୍ଲା ମେର୍ଲପା ଗ୍ରାମର ଜଳ ନାୟକ କଲ୍ୟାଣସିଂହପୁର ଆସୁଥିବା ସମୟରେ କାମଠଣା ଓ ହାତିମୁଣ୍ଡା ମଝି ଆମ୍ବତୋଟା ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା ।ନିକଟରେ ଥିବା ଗ୍ରାମବାସୀ ଲୋକମାନେ ଦେଖି ଗୁରୁତ୍ୱର ଲୋକଙ୍କୁ ଉଦ୍ଧାର କରି ପ୍ରଥମେ ରୋଗୀବୁହା ଗାଡିକୁ ଯୋଗାଯୋଗ କରିଥିଲେ ।ଗାଡି ଉପଲବ୍ଧ ନଥିବାରୁ ଅଗ୍ନିଶମ ବିଭାଗ ଗାଡିକୁ ଯୋଗାଯୋଗ କରିଥିଲେ ।ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ଗୁରୁତ୍ୱର ଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଏଠାରେ ଡାକ୍ତର ସମ୍ୟରଂଜନ ଜେନା ଦେଖି ପ୍ରାଥମିକ ଚିକିତ୍ସା କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଥିଲେ ।

Leave A Reply

Your email address will not be published.