କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଦଳ ଗସ୍ତ କରିଥିଲେ । ରାଜ୍ୟସ୍ତରୀୟ (ଏଡିବିସି ) ଜୋନାଲ ଡ଼ାଇରେକ୍ଟର ଡାକ୍ତର ଜୀବନ ବି ସାରଙ୍ଗୀ ଙ୍କ ନେତୃତ୍ବରେ ଆୟୁଷଙ୍କ ମୁଖ୍ୟ ଅଧିକାରୀ (କନସଲଟାଣ୍ଟ) ପୀୟୂଷ ରଞ୍ଜନ ମହାନ୍ତି , (ସି୪ଡି) ୟୁନିସେଫ ୪ ଡି କନସଲଟାଣ୍ଟ ଚକ୍ରଧର ସାହୁ, ରାୟଗଡା ଏମ୍ କ୍ୟୁ ଏ ର ବି କେ ସାଗରିକା ,ଏମ୍ ସି ପି ର ରାଜ ଲକ୍ଷ୍ମୀ ମହାନ୍ତି ଗସ୍ତ କରିଥିଲେ ।ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା, ରୋଗୀସେବା, ବର୍ଜ୍ୟବସ୍ତୁର ସୁପରିଚାଳନା,ପାରିପାର୍ଶ୍ବିକ ପରିଚ୍ଛନ୍ନତା ବିକାଶ, ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟେକ ୱାର୍ଡ ପରିଦର୍ଶନକରି ରୋଗୀଙ୍କ ସହିତ କଥାବାର୍ତ୍ତା କରି କର୍ମଚାରୀଙ୍କ ସେବା ଗୁଣବତ୍ତା ବୁଝିଥିଲେ ।କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପରଖି ବୁଝିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ ଉନ୍ନୟନମୂଳକ କାର୍ଯ୍ୟକଲେ ରୋଗୀସେବା ରେ ଉନ୍ନତି ହୋଇପାରିବ । ନଥିପତ୍ର ଯାଞ୍ଚ କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଜିନିଷପତ୍ର ଟିକିନିଖି ଭାବେ ପରଖି ଦେଖି ଥିଲେ ।ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ଲିମା ,ବିପିଏମ କୈଳାଶ କୁମାର ନାୟକ, ବିଇଇ ଶ୍ୟାମସୁନ୍ଦର ମାଝୀ ,କମ୍ପାଉଣ୍ଡର ରାଧାମୋହନ ସାହୁ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post