ଜଗତସିଂହପୁର /ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଶିକ୍ଷା ଅନ୍ତର୍ଗତ ନାଉସିରା ସ୍ଥିତ ରଘୁପତି ଆଇଡ଼ିଆଲ ସ୍କୁଲ ଅଫ ଏଦୁକେସନ ପରିସରରେ ଅନୁଷ୍ଠିତ କୃତି ଛାତ୍ର ମେଧା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ନବନିର୍ବାଚିତ ତିର୍ତ୍ତୋଲ ୨ ନମ୍ବର ଜୋନ ଜ଼ିଲ୍ଲାପରିଷଦ ସଭ୍ୟା ସୁଜାତା ମହାନ୍ତି, ସମାନନୀତ ଅତିଥି ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ମୁଖ୍ୟ ବକ୍ତା ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ କିଶୋର ଭୂୟାଁ, ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଗୋଲୋକ ବିହାରୀ ପଲାଇ ପ୍ରମୁଖ ଯୋଗ ଦେଇ କୃତି ଛାତ୍ର ମେଧା ପୁରସ୍କାର ବିତରଣ କରିଥିଲେ l ତୃତୀୟ ଶ୍ରେଣୀ ଛାତ୍ରୀ ରାଜନନ୍ଦିନୀ ନାୟକ ଓ ପଞ୍ଚମ ଶ୍ରେଣୀ ର ଛାତ୍ରୀ ଡ଼ିଭାଇନ ରାଜନନ୍ଦିନୀ ପ୍ରମୁଖ ପ୍ରାଥମିକ ବୃତ୍ତି ପରୀକ୍ଷାରେ ସଫଳତା ପାଇଥିବାରୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଅର୍ଥରାଶି ପୁରସ୍କୃତ ହୋଇଥିଲେ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଜ଼ିଲ୍ଲାପରିଷଦ ଶ୍ରୀମତୀ ମହାନ୍ତି ଯୋଗଦେଇ ବିଦ୍ୟାଳୟ ର ସବୁ ପ୍ରକାର ସହଯୋଗ କରିବେବୋଲି ପ୍ରତିଶୃତି ଦେଇଥିଲେ. ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭୂୟାଁ ଯୋଗଦେଇ କହିଥିଲେ ଯେ ବେସରକାରୀ ଓ ସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସମସ୍ତେ ସରକାରଙ୍କର ବୋଲି କହିଥିଲେ. ସରପଞ୍ଚ ଶ୍ରୀମତୀ ମହାପାତ୍ର ଯୋଗଦେଇ ବିଦ୍ୟାଳୟ ପାଇଁ ମୋ ଦ୍ୱାରା ଯାହା ସମ୍ଭବ ତାହା ଯୋଗାଇଦେବିବୋଲି କହିଥିଲେ l ବିଦ୍ୟାଳୟ ର ଅଧକ୍ଷ ଉମାକାନ୍ତ ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ. ବିଦ୍ୟାଳୟ ର ଶିକ୍ଷକ ନୃସିଂହ ରାଉତ ମାନପତ୍ର ପାଠ କରିଥିଲେ. ଏହି ଉତ୍ସବ ରେ ଗଙ୍ଗାଧର ସ୍ୱାଇଁ, ଜୋତିରଞ୍ଜନ ସ୍ୱାଇଁ, ବିଶ୍ୱଜିତ ଦାସ, ଅଭିଜିତ ଦାସ, ପପୁ ସେଠି, ସଞ୍ଜୟ ଦାସ, ନାରାୟଣ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ. ଶିକ୍ଷକ କୈଳାଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post