ଭଞ୍ଜନଗର / ନିଲୁ ବିଶୋୟୀ: ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲି ଗ୍ରାମରୁ ଚନ୍ଦନ କାଠ କାଟି ଚୋରି କରି ନେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରେଞ୍ଜର କୁମର ବେହେରା ଙ୍କ ସୂଚନା ପ୍ରକାରେ କଣ୍ଟେଇପଲି ଗ୍ରାମର ଭଜ ମଳିକ ଙ୍କ ଜମିରେ ଥିବା ଚନ୍ଦନ ଗଛ କୁ ଗୁରୁବାର ରାତ୍ର ସମୟରେ କାଳିଆଗୁଡା ଗ୍ରାମର ରାମଚନ୍ଦ୍ର ସେଠୀ(୫୧) କାଠି ଧରିକି ଆସୁଥିବା ବେଳେ ବନ ସୁରକ୍ଷା ସମିତିର ସଭାପତି ଶରତ କୁମାର ସ୍ୱାଇଁ ଙ୍କ ଠାରୁ ଖବର ପାଇ ରେଞ୍ଜର କୁମର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଶରତ କୁମାର ମହାନ୍ତି, ବନରକ୍ଷୀ ରଶ୍ମିତା ସେଠୀ, ସୁଧାଂଶୁ ମଳିକ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରି କାଯ୍ୟାଳୟ କୁ ଆଣିଥିଲେ। ଦୁଇ ଖଣ୍ଡ କାଠର ଓଜନ ୨୫ କେଜି ରହିଥିବା ବେଳେ ଆନୁମାନିକ ମୁଲ୍ୟ ୪୦ ହଜାର ହେବ ବୋଲି ଜଣାପଡ଼ିଛି। ଜଙ୍ଗଲ ଆଇନଧାରା ୫୫/୧୯୭୨ ଅନୁସାରେ କେସ ନଂ ୪୬୧/୨୨-୨୩ ରେ ମାମଲା ରୁଜୁ କରାଯାଇ ଶୁକ୍ରବାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ବେହେରା କହିଛନ୍ତି
Sign in
Sign in
Recover your password.
A password will be e-mailed to you.