ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ଦୁଇ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ

0

“ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବୁ।”

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକ ଦୁଇଟିଯାକ ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳକୁ ମିଳିଛି ସଫଳତା | ଲୋକଙ୍କ ଆଶୀର୍ବାଦରେ ବିଜୟ ଲାଭ କରିଛନ୍ତି ଝାରବନ୍ଧ ଜୋନ୧ ରୁ ଶ୍ରୀ ସୁଶୀଳ ମରେଇ ଓ ଜୋନ ୨ ରୁ ଶ୍ରୀ ସନ୍ତୋଷ ବେହେରା | ବିଜୟ ପରେ ନିଜ ନିଜ ଜୋନବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି |
ଜୋନ୧ ର ଜିଲ୍ଲାପରିଷଦ ଶ୍ରୀ ମରେଇ ବିଜୟୀ ବିଜୟର ଶ୍ରେୟ ମୋ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସାଧାରଣ ଭୋଟର ମାନଙ୍କୁ ମୁ ଦେଉଛି।ସେମାନଙ୍କ ଅକୁଣ୍ଠ ଭଲପାଇବା ଆଜି ମତେ ବିଜୟ କରିଛି।ଏହି ପଦ ନିମନ୍ତେ ମତେ ସୁଯୋଗ ଦେଇଥିବାରୁ ବରିଷ୍ଠ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏବଂ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ନିକଟରେ ମୁ ଚିର କୃତଜ୍ଞ ସରକାର ଙ୍କ ଯୋଜନା କୁ ଲୋକଙ୍କ ନିକଟ ରେ ପହଞ୍ଚାଇବାକୁ ଯଥା ସମ୍ଭବ ଉଦ୍ୟମ ଜାରି ରଖିବି ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରିବା ହିଁ ମୋର ପ୍ରଥମ ଲକ୍ଷ ହେବ।
ଜୋନ୨ ସନ୍ତୋଷ ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ଆଉ ଜନସାଧରଣଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁଁ ଆଜି ମୁ ବିଜୟ ହୋଇଛି।ଏଥି
ପାଇଁ ମୁଁ ଜୋନ ୨ର ଜୋନ ବାସୀ ଙ୍କ ନିକଟରେ କୃତଜ୍ଞ ରାଜନୈତିକ ଜୀବନ ରେ ଦୀର୍ଘ ବର୍ଷ ହେବ ରହିଛି ଏବଂ ଲୋକଙ୍କ ସୁଖଦୁଃଖ ରେ ଛିଡା ହୋଇଛି ଝାରବନ୍ଧ ବ୍ଲକ ରେ ମୁ ଦୀର୍ଘ ବର୍ଷ ଧରି ସମିତି ସଭ୍ୟ ଭାବ ରେ ରହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ମାନ କରିଛି ଏବଂ ମୋର ଅଭିଜ୍ଞତା ରହିଛି | ଏବେ ଜିଲ୍ଲା ପରିଷଦ ନିର୍ବାଚନ ରେ ଲୋକମାନେ ଯେଉଁ ଭଳି ଭାବରେ ସମର୍ଥନ ଦେଲେ ସେଥିରେ ମୁ ଅତ୍ୟନ୍ତ ଖୁସି | ମୋ ଦଳ ଓ ଆମ ଜିଲ୍ଲା ନେତୃବୃନ୍ଦ ମୋ ଉପରେ ଆସ୍ଥା ପ୍ରକଟ କରିଥିବା ଯୋଗୁ ମୁ କୃତଜ୍ଞତା ମଧ୍ୟ ଜଣାଉଛି | ଲୋକଙ୍କ ସମସ୍ୟା ସମାଧାନ କରିବା କ୍ଷେତ୍ର ରେ ମତେ ଵିଶେଷ ଅସୁବିଧା ହେବ ନାହିଁ। ମୋ ଜୋନ ର ସର୍ବାଙ୍ଗୀନ ବିକାଶ ହିଁ ମୋର ମୂଳ ଲକ୍ଷ୍ୟ ବୋଲି ଶାସକ ପ୍ରଶାସକ କୁ କହିଛନ୍ତି।

Leave A Reply

Your email address will not be published.