ବାସୁଦେବପୁର(ପ୍ରତାପ ପାଢ଼ୀ) – ବାସୁଦେବପୁର ଅଞ୍ଚଳ ର ଜଣେ ବରିଷ୍ଠ ସମାଜ ସେବୀ, ଅଟଳ ବିହାରୀ ମହାବିଦ୍ୟାଳୟ ର ପୂର୍ବତନ ମୁଖ୍ୟ କିରାଣୀ ତଥା ବିଜେଡ଼ି ଦଳର ଜଣେ ଟାଣୁଆ ତଥା ସମସ୍ତଙ୍କର ଅତି ପ୍ରିୟ ରାମକୁମାର ମହାନ୍ତିଙ୍କର ଦେହାନ୍ତ ହୋଇ ଯାଇଛି। ତାଙ୍କ ଦେହାନ୍ତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ ରାୟ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପିସିସି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ, ବିଜେପି ଯୁବନେତା ଉଦୟ ନାରାୟଣ ମଲ୍ଲିକଙ୍କ ସହ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post