ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୋଲିଙ୍ଗ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡ଼ିକର ନିରାପତ୍ତା ସଂମ୍ପର୍କରେ ଯାଞ୍ଚ କରିଥିଲେ। ମୋହନା ବ୍ଲକର ପ୍ରଥମ ପ୍ରଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ଏଣୁ ସାମଗ୍ରୀ ବିତରଣ କେନ୍ଦ୍ର ଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀଗୁଡିକ ଶାନ୍ତିଶୃଙ୍ଖଳାର ସହିତ ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ।
କେନ୍ଦ୍ରଗୁଡିକରେ ପାନୀୟ ଜଳ ଯୋଗାଣ ଓ ନିରବଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ। ଭୋଟ ବାକ୍ସ ଗୁଡାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମ ଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ପିଡି ଡିଆରଡିଏ ଅନାମ ଚରଣ ପାତ୍ର ମୋହନା ବ୍ଲକ ବିଡ଼ିଓ ତପସ୍ୱନୀ ହାଁସଦା , ତହସିଲଦାର ଶ୍ରୀ କିଶୋର ଚନ୍ଦ୍ର ଦାସ ଓ ନିୟୋଜିତ ଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.