ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ

0

ବରଗଡ :- ସମାଜ ସେବା କ୍ଷେତ୍ରରେ ବରଗଡ଼ ଜିଲ୍ଲାର ସଂକଳ୍ପ ପରିବାର ଜିଲ୍ଲାବାସୀ ଙ୍କର ନିକଟରେ ଏକ ପରିଚିତ ନାମ । ବିଗତ ଦିନରେ ସଂକଳ୍ପ ପରିବାର ପ୍ରତକ୍ଷ ଭାବରେ ଅନେକ ସେବା କାର୍ଯ୍ୟ କରି ଜିଲ୍ଲା ବାସୀ ଙ୍କର ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରିଛି । ଆଜି ବରଗଡ଼ ଠାରେ ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ ତଥା ବଳିଦାନ ଦିବସ ଅବସରରେ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ସଂକଳ୍ପ ପରିବାରକୁ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଜଳନ୍ଧର ପଟେଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,କର୍ଣ୍ଣେଲ ଶ୍ରୀ ପୀତବାସ ପଣ୍ଡା, ସାଂସଦ ଶ୍ରୀ ସୁରେଶ ପୂଜାରୀ, ଶ୍ରୀ ମନୋରଞ୍ଜନ ସାହୁ,ଶ୍ରୀ ସୁଜିତ୍ ପୃସେଠ୍, ବ୍ୟଙ୍ଗ କବି ଶ୍ରୀ ନୀତିଶ ଆଚାର୍ଯ୍ୟ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂକଳ୍ପ ପରିବାର ତରଫରୁ ସଂପାଦକ ବିକାଶ ଅଗ୍ରୱାଲ ଓ ପରିବାରର ଅନ୍ୟାନ୍ୟ ପ୍ରମୁଖ ସଭ୍ୟ ମନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.