କଥା ଦେଇ କଥା ନରଖିବା ବିଜେପିର ଅଭ୍ୟାସ: ବିଜେଡି

0
file photo

ଭୁବନେଶ୍ୱର: ବଡ ବଡ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ ଏବଂ ଆଜିର ଇସ୍ତାହାର ଏହାର ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ ୨୦୧୭ ରେ ବିଜେପିର କିଛି ଜିଲ୍ଲା ପରିଷଦ ସଭାପତି ରହିଥିଲେ । ସେମାନେ ଏଭଳି ଦୁର୍ଭାଗ୍ୟଜନକ ଭାବରେ ବିଫଳ ହୋଇଥିଲେ ଯେ ୨୦୧୯ ନିର୍ବାଚନରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଦେଲେ ।
ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବହୁତ ଖରାପ ପ୍ରଦର୍ଶନ କରିବ ଏବଂ ଏହି ଇସ୍ତାହାର ହେଉଛି ଓଡିଶାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଶେଷ ପ୍ରୟାସ । ରାଜ୍ୟର ୪.୫ କୋଟି ଓଡିଆ ଜାଣନ୍ତି ଯେ କେବଳ ବିଜୁ ଜନତା ଦଳ ହିଁ ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ଯତ୍ନବାନ ହୋଇ କାର୍ଯ୍ୟ କରେ ଏବଂ ଏହି ପଞ୍ଚାୟତ ନିର୍ବାଚନରେ ସେମାନେ ବିଜେଡିକୁ ବିଜୟ ପ୍ରଦାନ କରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ।

Leave A Reply

Your email address will not be published.