ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଣିପେଣ୍ଠ ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠିତ “ନିୟତି” ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ଉଜ୍ଜ୍ଜୀବିତ କରିବା ପାଇଁ ଆମ ପରିବାରରେ ଥିବା ଭିନ୍ନକ୍ଷମ ମାନଙ୍କର ସ୍ବାସ୍ଥ୍ୟ , ଶିକ୍ଷାର ବିକାଶ ଏବଂ ସେମାନଙ୍କର ଥଇଥାନ ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ।
ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବାବେଳେ ସ୍ନେହଲତା ପାଣିଗ୍ରାହୀ , ଶାଶ୍ଵତୀ ବେବର୍ତ୍ତା , ପ୍ରତିମା ନାୟକ , ସୁନିତ୍ ଗମାଙ୍ଗ, ସୁନିଲ ଗମାଙ୍ଗ, ଜୟାମ୍ମା , ପୂର୍ଣ୍ଣାବାସୀ ନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ।
Sign in
Sign in
Recover your password.
A password will be e-mailed to you.