ନଭେମ୍ବର ୫ରେ ଓଡ଼ଗାଁରେ ଚେସ୍ ଓ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍

18


୧୪ତମ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ ସହ ୧୭ ଓ ୧୯ ବର୍ଷରୁ କମ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା


ଓଡ଼ଗାଁ, ୩।୧୧(ଶ୍ରୀକାନ୍ତ କୁମାର ମିଶ୍ର)
: ନୟାଗଡ଼ ଜିଲ୍ଲା ଓଡ଼ଗାଁରେ କ୍ରୀଡ଼ାର ବିକାଶ, ନୂତନ ଖେଳାଳି ସୃଷ୍ଟି ଏବଂ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଦିନ ଦୁଇଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ରଘୁନାଥ ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବ୍ଲକ୍‌ ରୋଡ୍‌ସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୪ତମ ଓଡ଼ଗାଁ ଓପନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଏବଂ ୧୭ ଓ ୧୯ ବର୍ଷରୁ କମ୍ ଓଡ଼ଗାଁ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆୟୋଜିତ ହେବ। ଚେସ୍ ପ୍ରତିଯୋଗିତାରେ ସିନିୟର ଓପନ୍ ଏବଂ ୧୭ ବର୍ଷରୁ କମ୍ ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ମୋଟ ୭ଟି ରାଉଣ୍ଡ ଖେଳାଯିବ। ବିଜେତାମାନଙ୍କ ପାଇଁ ଆକର୍ଷଣୀୟ ଅର୍ଥରାଶି ପୁରସ୍କାର ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ସାନ୍ତ୍ୱନାମୂଳକ ପୁରସ୍କାରର ବ୍ୟବସ୍ଥା ରହିଛି। ଏଥିସହ ୬, ୭, ୮, ୯, ୧୦, ୧୧ ଓ ୧୩ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାଙ୍କ ପାଇଁ ପୃଥକ୍ ଭାବେ ବୟସଭିତ୍ତିକ ପୁରସ୍କାର ରହିଛି। ପ୍ରତ୍ୟେକ ବର୍ଗରେ ବାଳକ ଓ ବାଳିକାଙ୍କୁ ଦୁଇଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଦିଆଯିବା ସହ ସର୍ବକନିଷ୍ଠ ବାଳକ ଓ ବାଳିକାଙ୍କୁ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯିବ। ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଖେଳାଳିମାନେ ନିଜର ନାମ, ଲିଙ୍ଗ, ଜନ୍ମତାରିଖ, ଆଇଡି, ମୋବାଇଲ୍ ନମ୍ବର ଓ ଜିଲ୍ଲାର ନାମ ଦେଇ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଓ ଦେୟ ସମ୍ପର୍କିତ ସୂଚନା ପାଇଁ ନରେଶ ପାଣିଗ୍ରାହୀ (୮୨୪୯୪୦୧୪୦୯) ଏବଂ ବସନ୍ତ କୁମାର ବିଷୋୟୀ (୭୯୭୮୫୮୨୫୨୩)ଙ୍କ ସହ ଯୋଗାଯୋଗ କରାଯାଇପାରିବ। ଅନ୍ୟାନ୍ୟ ସୂଚନା ପାଇଁ ଗଙ୍ଗାଧର ଦାସ (୯୩୩୭୧୮୧୮୪୯)ଙ୍କୁ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସମସ୍ତ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଦୁଇଟି ପ୍ରତିଯୋଗିତା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବା ସହ ଚେସ୍ ଓ ବ୍ୟାଡମିଣ୍ଟନ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.