ନିର୍ବିରୋଧ ନିର୍ବାଚିତ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

0

ଲୋକଙ୍କ ପାଇଁ କାମ କରିବାକୁ କହିଲେ ମନ୍ତ୍ରୀ

ବରଗଡ :- ରାଜ୍ୟରେ ପ୍ରଥମ , ନିର୍ବାଚନ ପୂର୍ବରୁ ସୋହେଲା ବ୍ଲକ ରୁ ୧୮ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କର ନିର୍ବିରୋଧ ନିର୍ବାଚିତ ହେବା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ସୋହେଲା ବ୍ଲକରେ ନିର୍ଦ୍ଵନ୍ଦରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ୧୮ ଜଣ ସମିତି ସଭ୍ୟସଭ୍ୟାଙ୍କୁ ଆଜି ବିଜେଡି କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଲେ ଥିଲେ । ତୃଣମୂଳ ସ୍ତର ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ମନୋଭାବ ଓ ରାଜ୍ୟ ତଥା ରାଜ୍ୟ ବାସୀଙ୍କର ବିକାଶ ପାଇଁ କରିଥିବା ସମସ୍ତ ଯୋଜନା ରେ ପ୍ରତ୍ୟେକ ଲୋକ କେମିତି ଲାଭବାନ ହେବେ ସେଥି ପ୍ରତି ଦୃଷ୍ଟି ଦେଇ କଠୋର ପ୍ରରିଶ୍ରମ କରିବାକୁ ନବ ନିର୍ବାଚିତ ସଭ୍ୟ ସଭ୍ୟା ମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଥଲେ । ନବ ନିର୍ବାଚିତ ସମସ୍ତ ସଭ୍ୟ ସଭ୍ୟା ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ ଜନତାଙ୍କର ସେବା ପାଇଁ ଉଚିତ ମାର୍ଗଦର୍ଶନ ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.