ଲାଡ ସ୍କୁଲ ନଳକୂପରୁ ବାହାରୁଛି ଦୂଷିତ ପାଣି
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲରେ ପାନୀୟ ଜଳର ଗମ୍ଭୀର ସମସ୍ୟା ଦେଖାଦେଇଛି। ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଦୂଷିତ ଓ ମଇଳା ପାଣି ବାହାରୁଥିବାରୁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାଦୁଅ ମିଶ୍ରିତ ତଥା ଦୂଷିତ ପାଣି ବ୍ୟବହାର କରିବା ଫଳରେ ବିଦ୍ୟାଳୟର ଅନେକ ପିଲା ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।
ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ବକ୍ସମା ସରପଞ୍ଚଙ୍କୁ ପୂର୍ବରୁ ଅବଗତ କରାଯାଇଛି। କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ, ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ନଳକୂପର ମରାମତି କାର୍ଯ୍ୟ କରାଯାଇ ନାହିଁ। ପ୍ରଶାସନିକ ଉଦାସୀନତା ଯୋଗୁଁ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ଅସୁସ୍ଥ ହେଉଥିବାରୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସମ୍ବନ୍ଧିତ ସରକାରୀ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କରିବା ସହ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି।