ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୁମ୍ଭାର ସାହି ବାସିନ୍ଦା ପାରଳା ତଥା ଗଜପତିର ବେଶ୍ ଜଣାଶୁଣା ଆଦର୍ଶ ସେବା ନିବୃତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି।
ସେ କିଛି ବର୍ଷ ବାର୍ଧ୍ୟକ୍ୟ ଜନିତ ଶଯ୍ୟାଶାୟୀ ଥିଲେ ସୁଦ୍ଧା ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଛାତ୍ର/ଛାତ୍ରୀଙ୍କୁ ଶିକ୍ଷା ଦାନ ଏବଂ ଆଧ୍ୟାତ୍ମିକ ପ୍ରବଚନର ପ୍ରବକ୍ତା ଥିଲେ। ଦିବଙ୍ଗତ ପଟ୍ଟନାୟକଙ୍କୁ ହରାଇ ଶୈକ୍ଷିକ ବିକାଶ କ୍ଷେତ୍ରରେ ଏକ ମହାନ୍ ଗୁରୁଙ୍କୁ ହରାଇଲା।
ଏହି ଦୁଃଖଦ ଅବସରରେ ବିଚିତ୍ରାନନ୍ଦ ବେବର୍ତ୍ତା , ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ , ଗଜପତି, ବୀରକିଶୋର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ , ନୃସିଂହା ନନ୍ଦ ପଟ୍ଟନାୟକ , କାଳିକୃଷ୍ଣ ପ୍ରକାଶ ପଟ୍ଟନାୟକ , ପ୍ରଦୀପ ମହାପାତ୍ର , ମାଧବ ପଟ୍ଟନାୟକ , ଜନତା ପଟ୍ଟନାୟକ , ବେବୀ , ରୁବୀ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post