ଉତ୍ତର ଓଡ଼ିଶାର ୫ଟି ଜିଲ୍ଲାରୁ ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ
ବାଲେଶ୍ୱର, ୫ ନଭେମ୍ବର ୨୦୨୬: ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ‘କ୍ଲବ୍ ଏନର୍ଜି’ ଅଧୀନରେ ବାଲେଶ୍ୱରସ୍ଥିତ ସିପେଟ୍ ପରିସରରେ କ୍ଲଷ୍ଟରସ୍ତରୀୟ ‘ଉର୍ଜା ମେଳା–୨୦୨୬’ ଆୟୋଜିତ ହୋଇଯାଇଛି। ଏଥିରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ସୃଜନଶୀଳତା ଓ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ, ବୈଜ୍ଞାନିକ ଚିନ୍ତାଧାରା ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଏବଂ ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ଟିପିଏନ୍ଓଡିଏଲ୍ ପକ୍ଷରୁ ‘କ୍ଲବ୍ ଏନର୍ଜି’ ମାଧ୍ୟମରେ ଏହାର କାର୍ଯ୍ୟକ୍ଷେତ୍ର ଅନ୍ତର୍ଗତ ୫ଟି ଜିଲ୍ଲାର ୧୨୫ଟି ବିଦ୍ୟାଳୟରେ ବିଜୁଳି ସଞ୍ଚୟ, ସମ୍ବଳର ସୁବିନିଯୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଉର୍ଜା ମେଳାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ, କୁଇଜ୍, ପୋଷ୍ଟର ପ୍ରସ୍ତୁତି ଓ ବର୍ଜ୍ୟବସ୍ତୁରୁ ଉପଯୋଗୀ ସାମଗ୍ରୀ ତିଆରି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଏବଂ ପରିବେଶ ସମସ୍ୟାର ସମାଧାନ ପାଇଁ ଅଭିନବ ଉପାୟ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ନାୟକ, ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ପ୍ରେମ ପ୍ରଜ୍ଞା ମହାନ୍ତି, ଟାଟା ପାୱାରର ବିଦ୍ୟୁତ୍ ସଞ୍ଚାରଣ ଓ ବିତରଣ କ୍ଷେତ୍ରର ସିଏସ୍ଆର୍ ପ୍ରମୁଖ ଶ୍ରୀ ପଙ୍କଜ କୁମାର ସିଂହ, ଟିପିଏନ୍ଓଡିଏଲ୍ର ବାଣିଜ୍ୟିକ ସେବା ଓ ବ୍ୟବସାୟିକ ଉତ୍କର୍ଷତା ମୁଖ୍ୟ ଶ୍ରୀ ସୁଭଦୀପ ରାୟଚୌଧୁରୀ, ପ୍ରକଳ୍ପ ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ସୌରୀକରଣ ମୁଖ୍ୟ ଯନ୍ତ୍ରୀ ଶ୍ରୀ ରାଜୀବ କୁମାର ନାୟକ, ସିପେଟ୍ ବାଲେଶ୍ୱରର ନିର୍ଦ୍ଦେଶକ ଶ୍ରୀ ପି. ସି. ପାଢ଼ୀ, ଟିପିଏନ୍ଓଡିଏଲ୍ର ମାନବ ସମ୍ବଳ ଓ ପ୍ରଶାସନ ମୁଖ୍ୟ ଶ୍ରୀ ରମେନ୍ଦ୍ର ବାନିକ ଏବଂ ସିଏସ୍ଆର୍ ମୁଖ୍ୟ ଶ୍ରୀ ରଞ୍ଜନ ଶର୍ମାଙ୍କ ସମେତ ଅନ୍ୟାନ୍ୟ ଅତିଥି, ଶିକ୍ଷାବିତ୍ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅତିଥିମାନେ ଟିପିଏନ୍ଓଡିଏଲ୍ର ଏହି ପଦକ୍ଷେପ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ‘ଏନର୍ଜି ଚାମ୍ପିଅନ୍’ ଭାବେ ବିଦ୍ୟାଳୟ, ପରିବାର ଓ ସମାଜରେ ବିଜୁଳି ସଞ୍ଚୟ ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରିବାକୁ ଉତ୍ସାହିତ କରିଥିଲେ।
ଏହି ପଦକ୍ଷେପ ସମ୍ପର୍କରେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘କ୍ଲବ୍ ଏନର୍ଜି’ ମାଧ୍ୟମରେ ଆମର ଲକ୍ଷ୍ୟ କେବଳ ସଚେତନତା ସୃଷ୍ଟି କରିବା ନୁହେଁ, ବରଂ ପିଲାଦିନରୁ ବିଜୁଳି ସଞ୍ଚୟ ଓ ପରିବେଶ ଅନୁକୂଳ ଅଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବା। ଉର୍ଜା ମେଳା ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସହଭାଗୀ ହେବାକୁ ସେମାନଙ୍କୁ ପ୍ରେରଣା ଯୋଗାଇବ।”
ସୂଚନାଯୋଗ୍ୟ ଯେ, ଟିପିଏନ୍ଓଡିଏଲ୍ ପକ୍ଷରୁ ସିପେଟ୍ ସହଯୋଗରେ ୨୫ଟି ବିଦ୍ୟାଳୟରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାଗୁଡ଼ିକ ମାଧ୍ୟମରେ ପ୍ଲାଷ୍ଟିକ୍ର ସଚେତନ ବ୍ୟବହାର, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପୁନଃଚକ୍ରୀକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ‘କ୍ଲବ୍ ଏନର୍ଜି’ ଓ ‘ଉର୍ଜା ମେଳା’ ଭଳି ପଦକ୍ଷେପ ମାଧ୍ୟମରେ ଟିପିଏନ୍ଓଡିଏଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରି ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିଜର ପ୍ରୟାସ ଜାରି ରଖିଛି।