ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ୱେସ୍କୋ ପେନ୍ସନଭୋଗୀମାନଙ୍କ ପାଇଁ ‘ଜୀବନ ପ୍ରମାଣ’ ଅଭିଯାନ ଅନ୍ତର୍ଗତ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁବିଧା ଲାଗୁ
ବୁର୍ଲା, 05 ନଭେମ୍ବର 2026: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍’ ପକ୍ଷରୁ ପ୍ରଥମ ଥର ପାଇଁ ‘ୱେସ୍କୋ ଏମ୍ପ୍ଲୋୟୀଜ୍ ପେନ୍ସନ୍ ପାଣ୍ଡ୍ ଟ୍ରଷ୍ଟ’ର ପେନ୍ସନଭୋଗୀମାନଙ୍କ ପାଇଁ ‘ଜୀବନ ପ୍ରମାଣ’ ଅଭିଯାନ ଅନ୍ତର୍ଗତ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁବିଧା ଲାଗୁ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଆଧାର-ଆଧାରିତ ଡିଜିଟାଲ୍ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରାଯାଇପାରିବ, ଯାହା ପାରମ୍ପାରିକ ଶାରୀରିକ ପ୍ରକ୍ରିୟା ବଦଳରେ ଏକ ଅଧିକ ସୁବିଧାଜନକ ଏବଂ ସୁଗମ ବିକଳ୍ପ ପ୍ରଦାନ କରିବ।
ଏହି ଟ୍ରଷ୍ଟକୁ ଏନ୍ଆଇସି ର ଜୀବନ ପ୍ରମାଣ ପୋର୍ଟାଲରେ ସଫଳତାର ସହ ପଞ୍ଜୀକୃତ କରାଯାଇଛି, ଯାହାଫଳରେ ଅବସରପ୍ରାପ୍ କର୍ମଚାରୀ ଏବଂ ପରିବାର ପେନ୍ସନଭୋଗୀମାନେ ପ୍ରତିବର୍ଷ ନଭେମ୍ବର ମାସରେ ସେମାନଙ୍କର ସମ୍ପୃକ୍ତ ଡ୍ରଇଂ ଏବଂ ଡିସବର୍ସିଂ ଅଫିସର୍ ଙ୍କ ସମ୍ମୁଖରେ ଶାରୀରିକ ଭାବେ ଉପସ୍ଥିତ ନ ରହି ଆଧାର-ଆଧାରିତ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ତିଆରି ଏବଂ ଦାଖଲ କରିପାରିବେ।
ପେନ୍ସନଭୋଗୀମାନେ ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ‘ଜୀବନ ପ୍ରମାଣ’ ଏବଂ ‘ଆଧାର ଫେସ୍ ଆର୍ଡି’ ଆପ୍ଲିକେସନ୍ ବ୍ୟବହାର କରି ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ କରିପାରିବେ। ସେମାନଙ୍କର ଆଧାର ନମ୍ବର ଏକ ସକ୍ରିୟ ମୋବାଇଲ୍ ନମ୍ବର ସହିତ ସଂଯୋଗ ହୋଇଥିବା ଆବଶ୍ୟକ ଏବଂ ପେନ୍ସନ୍ ବଣ୍ଟନକାରୀ ଏଜେନ୍ସି ଭାବେ “ୱେସ୍କୋ ଏମ୍ପ୍ଲୋୟୀଜ୍ ପେନ୍ସନ୍ ଫଣ୍ଡ୍ ଟ୍ରଷ୍ଟ” ଚୟନ କରିବାକୁ ପଡ଼ିବ।
ଏହି ପରିବର୍ତ୍ତନକୁ ସୁଫଳ ରୂପାୟନ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ର ୟୁନିଟ୍ ଡିଡିଓ ମାନେ ପୋର୍ଟାଲ୍ ପଞ୍ଜୀକରଣ ଏବଂ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତିରେ ପେନ୍ସନଭୋଗୀମାନଙ୍କୁ ସହାୟତା କରିବେ। ଯେଉଁ ପେନ୍ସନଭୋଗୀମାନେ ଡିଜିଟାଲ୍ ସୁବିଧା ପାଇବା କିମ୍ବା ବ୍ୟବହାର କରିବାରେ ଅସମର୍ଥ, ସେମାନେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ନଭେମ୍ବର ମାସରେ ସେମାନଙ୍କର ସମ୍ପୃକ୍ତ ଡିଡିଓଙ୍କ ସମ୍ମୁଖରେ ହାଜର ହୋଇ ପାରମ୍ପାରିକ ଭାବେ ଶାରୀରିକ ଜୀବନ ପ୍ରମାଣପତ୍ର ଦାଖଲ ଜାରି ରଖିପାରିବେ।
ଡିଜିଟାଲ୍ ସୁବିଧା ସହିତ ସ୍ଥାନୀୟ ସହାୟତା ଏବଂ ଶାରୀରିକ ଦାଖଲର ବିକଳ୍ପକୁ ବଜାୟ ରଖି, ଟିପିଡବ୍ଲ୍ୟୁଓଡିଏଲ୍ ସେବାଗୁଡ଼ିକୁ ଆଧୁନିକୀକରଣ କରିବା ପାଇଁ ଏକ ପେନ୍ସନଭୋଗୀ-କୈନ୍ଦ୍ରିକ ପ୍ରଣାଳୀ ଆପଣାଉଛି ଯାହାଦ୍ୱାରା କୌଣସି ପେନ୍ସନଭୋଗୀ ବଞ୍ଚିତ ନ ହୁଅନ୍ତି।
ପେନ୍ସନଭୋଗୀମାନେ ୱେସ୍କୋ ଏମ୍ପ୍ଲୋୟୀଜ୍ ପେନ୍ସନ୍ ପାଣ୍ଡ୍ ଟ୍ରଷ୍ଟର ଓଏଜି – । ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସହିତ +91 9337361821 ନମ୍ବରରେ କିମ୍ବା [email protected] ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ।