ଆମ୍ବଭନା ଜୋନ୨ ରୁ ବିଜେଡିର ଜୟ ଯାତ୍ରା ଆରମ୍ଭ

0

ନିର୍ଦ୍ୱନ୍ଦରେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲା ମହିଳା ସଭାପତି

ବରଗଡ :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଯାଇଛି ନିଜର ପ୍ରାର୍ଥୀମାନଙ୍କୁ ଜିତେଇବାର ପ୍ରୟାସ । ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ ଏକ ପ୍ରକାର ପ୍ରଚାର ଓ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା । ଆଜି ବରଗଡ଼ ଜିଲ୍ଲାର ଆମ୍ବଭନା ଜୋନ୨ରୁ  ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି  । ବର୍ତ୍ତମାନ ସୁଦ୍ଧା ଆଧିକାରିକ ଘୋଷଣା ବାକି ଅଛି । ନିର୍ବାଚନ ରେ ବିଜୟୀ ଅମ୍ବାଭୋନା ବ୍ଲକର ଜିଲ୍ଲାପରିଷଦ ଜୋନ୨  ର ପ୍ରାର୍ଥୀନୀ  କଳ୍ପନା ପ୍ରଧାନ ବିରୋଧୀ ଦଳର ପ୍ରାର୍ଥୀ ପତ୍ର ପ୍ରତ୍ୟହାର କଲା ପରେ ବର୍ତ୍ତମାନ ଏକାକୀ ମୈଦାନରେ । ତେଣୁ ବିଜୁ ଜନତା ଦଳ ଆମ୍ବଭନାରୁ ତାର ଜୟଯାତ୍ରା ଆରମ୍ଭ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପଟେ ବିଜେଡି କର୍ମୀ ମହଲରେ କଳ୍ପନା ପ୍ରଧାନଙ୍କର ବିଜୟକୁ ନେଇ ଆନନ୍ଦର ଲହରୀ ଥିବା ବେଳେ କର୍ମୀ ମାନେ ଆହୁରି ଅଧିକ ଉତ୍ସାହିତ ହୋଇ ଦଳର ଅନ୍ୟ ସବୁ ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବେ ବୋଲି ଜିଲ୍ଲା ମହିଳା ବିଜେଡି  ସଭାପତି ଶ୍ରୀମତି ନୀଳକୁମାରୀ ନାୟକ କହିଛନ୍ତି ।

Leave A Reply

Your email address will not be published.