ଜାତୀୟ କନ୍ୟାଶିଶୁ ଦିବସ ପାଳନ

0

ଭଞ୍ଜନଗର/ନିଲୁ ବିଷୋୟୀ : ପୁଅଙ୍କ ତୁଳନାରେ ଝିଅ ମାନେ କୌଣସି ଗୁଣରେ କମ୍ ନୁହନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ପୁଅଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢିବାର ଝିଅ ମାନଙ୍କ କ୍ଷମତା ରହିଛି। ତେଣୁ ଝିଅ ପୁଅ ମାନଙ୍କ ଭିତରେ କୌଣସି ଭେଦଭାବ ନରଖି ସମାନ ସୁଯୋଗ ଦେବା ସହ ଝିଅଙ୍କୁ କନ୍ୟାରତ୍ନ ବୋଲି ବିବେଚନା କରିବା ଆବଶ୍ୟକ ବୋଲି ଜାତୀୟ କନ୍ୟାଶିଶୁ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଡା.ଗୋବିନ୍ଦ ବିଶ୍ବାସ,ପି.ଶ୍ରୀଲେଖା ପ୍ରମୁଖ ମଞ୍ଚାସୀନ ରହି ଝିଅ ମାନଙ୍କୁ ଶିକ୍ଷିତ କରିବା ଦ୍ବାରା ଗୋଟିଏ ପରିବାର ଶିକ୍ଷିତ ହୋଇଥାଏ ତେଣୁ ଝିଅ ମାନଙ୍କ ଶିକ୍ଷିତ କରିବା ସବୁ ଅଭିଭାବକ ମାନଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଡାକ୍ତରଖାନା ଶ୍ୟାମସୁନ୍ଦର ପାଢୀ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୧୫ ଜଣ କୁନି ଝିଅ ମାନଙ୍କୁ ବିଭିନ୍ନ ଉପହାର ଓ ଚକ୍ଲେଟ୍ ପ୍ରଦାନ କରାଯାଇଥିଲା। ଏଥିରେ ଡାକ୍ତରଖାନାର ସମସ୍ତ କର୍ମଚାରୀ,ଆଶା ଦିଦି ଓ ଏନ୍ଆର୍ସିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.