ଜଗତସିଂହପୁର/ ସୁମନ୍ତ କୁମାର ଦାସ:ଲୁଟ କରିବା ପଡିଲା ମହାଙ୍ଗା l ଗିରଫ ହେଲେ 5 ଅଭିଯୁକ୍ତ ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ମହିଳା ଏଜେଣ୍ଟ ଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ 32 ହଜାର ଟଙ୍କା 4ଗୋଟି ମୋବାଇଲ, ଗୋଟିଏ ହୋଣ୍ଡା ସାଇନି ଗାଡି ଏବଂ ମହିଳା ଏଜେଣ୍ଟ ଜଣଙ୍କର ଆକ୍ଟିଭା ଗାଡିଟିକୁ ମଧ୍ୟ ଜବତ କରିଛି ପୋଲିସ l ଏ ନେଇ ଜଗତସିଂହପୁର ପୋଲିସ ପକ୍ଷରୁ କୁହାଯାଇଛି l
ସୂଚନା ମୁତାବକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ଜଣେ ମହିଳା ଏଜେଣ୍ଟ ଙ୍କ ଠାରୁ କିଛିଦିନ ତଳେ ନିଜ କଲେକ୍ସନ ଟଙ୍କା ଧରି ଫେରୁଥିବା ସମୟରେ ଜଗତସିଂହପୁର ସଦର ଥାନା ଅନ୍ତଗତ ଓଡ଼ିଶ ନିକଟରେ 5ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରି ଏକ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ 63,000 ଟଙ୍କା ସମେତ ମହିଳାଙ୍କ ଗାଡିକୁ ମଧ୍ୟ ନେଇଯାଇଥିଲେ ଅଭିଯୋଗ କୁ ଭିର୍ତ୍ତି କରି ଜଗତସିଂହପୁର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା l ଆଜି ଅଭିଯୁକ୍ତ ମନେ ଧରା ପଡିଛନ୍ତି l 4ଜଣ ସ୍ଥାନୀୟ ଓଡ଼ିଶ ଗ୍ରାମର ରହିଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରେ ରହୁଥିବାର ପୋଲିସ ସୂଚନା ଦେଇଛି l ତେବେ ଜଗତସିଂହପୁର ପୋଲିସ ଥାନା ଅଧିକାରୀ ଏବଂ ଏସ୍ଡ଼ିପିଓ ଏହି 5 ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କରିବେ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.