ଅସ୍ତରଙ୍ଗ (ଦୁଃଶାସନ ନାୟକ ): ଶନିବାରଦିନ ଅସ୍ତରଙ୍ଗ ବ୍ଲକ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ଅସ୍ତରଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସସ୍ମିତା ଛାଟୋଇ ସରିପୁର ଜିପି ରୁ ସମିତି ସଭ୍ୟା ପାଇଁ ପ୍ରାଥିପତ୍ର ଦାଖଲ କରିଥିବା ବେଳେ ଅସ୍ତରଙ୍ଗ ବ୍ଲକର ନିର୍ବାଚନ ଅଧିକାରୀ ତଥା ବିଡିଓ ତାଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ବେଳେଖାରଜ କରି ଦେଇ ଥିବାରୁ ବ୍ଲକ ପରିସରରେ, ଉତେଜନା ଦେଖାଦେଇଥିଲା |
ପ୍ରକାଶଯୋଗ୍ୟ ଯେ, 2007 ରୁ 2012 ପର୍ଯ୍ୟନ୍ତ ଶ୍ରୀମତୀ ଛାଟୋଇ ବ୍ଲକର ଅଧ୍ୟକ୍ଷା ଥିବାବେଳେ, ବ୍ଲକର ପାଞ୍ଚ ବର୍ଷିଆ ବଜେଟରୁ 5 ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ବଳି ପଡିଥିଲା । ଯାହାଫଳରେ କି ଅଧ୍ୟକ୍ଷା ବ୍ଲକ ରେ ବିପିଡିପି ଉନ୍ନୟନ କମିଟି କରି ଓ ପଂଚାୟତ ସମିତିରେ ରେଜୁଲେସନ କରି ଏକ ପ୍ରକଳ୍ପ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟଟି ସେତେବେଳେର ଅଡିଟକୁ ଆସି ପାରିନଥିଲା ତଥା ଅଡିଟି ଦଳ ଭୁଲବଶତଃ ଏହାକୁ ଛାଡି ଦେଇ ଥିଲେ । କିନ୍ତୁ ବର୍ତ୍ତମାନ ବ୍ଲକ ର ବିଡିଓ ଏହାକୁ ଖୋଳତାଡ଼ କରି ପଞ୍ଚାୟତ ନିର୍ବାଚନରେ ଶ୍ରୀମତୀ ଛାଟୋଇ ଦାଖଲ କରିଥିବା ପ୍ରାର୍ଥୀପତ୍ର ସମ୍ବନ୍ଧୀୟ କିଛି ତଥ୍ୟ ବାହାର କରିବାପରେ ଶ୍ରୀମତୀ ଛାଟୋଇଙ୍କ ନାମାଙ୍କନ ପତ୍ର ଖାରଜ କରାଗଲା ବୋଲି ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କହିଲା ପରେ କଥାଟି ପଦାକୁ ଆସି ଥିଲା । ହେଲେ ଯଦି ମୋ ଉପରେ କିଛି ଅଛି , ବ୍ଲକ କଣ ଲିଖିତ ଆକାରରେ ଜଣାଇ ଅଛି ବୋଲି ଶ୍ରୀମତୀ ଛାଟୋଇ ଅଯୋଗ କଲା ପରେ ବି ବିଡିଓ ତାର ସଠିକ ପ୍ରମାଣ ଦେଇ ନପାରିବାରୁ ବ୍ଲକ ପରିସରରେ ଉତ୍ତେଜନା ଦେଖା ଦେବାସହ , ଶହ ଶହ ମହିଳା ଓ ପୁରୁଷ ଏହାର ପ୍ରତିବାଦ କରି ହୋହୋଲା କରି ବିଡିଓଙ୍କ ଚାମ୍ବର ଆଗରେ ଧାରଣାରେ ବସିଥିଲେ । ଖବରପାଇ ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଅସ୍ତରଙ୍ଗ ଆଇ ଆଇ ସି ,ବାମଦେବ ନନ୍ଦ,କାକଟପୁର ଆଇ ଆଇ ସି ପ୍ରିୟଞ୍ଜନ ନୟକ,ମେରାଇନ ଆଇ ଆଇ ସି ରବୀନ୍ଦ୍ର ସେଠି ଓ ନିମାପଡା ଆଇ ଆଇ ସି ପ୍ରମୁଖ ପୋଲିସ ଫୋର୍ସ ଧରି ଘାଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ, ଆଇନ ଶୃଙ୍ଖଳା ଉପରେ ସତର୍କ ଦୃଷ୍ଟି ରଖିଥିଲେ । ଅପରପକ୍ଷରେ, ଯଦି ଶ୍ରୀମତୀ ଛାଟୋଇ ଙ୍କ ଉପରେ ଏତେ ଅର୍ଥ ରହିଥିଲା, ତେବେ ସେ ଦୁଇ ଦୁଇ ଥର କିପରି ନିର୍ବାଚନ ଲଢ଼ିଥିଲେ ଓ ସେତେବେଳେ ବ୍ଲକ ପ୍ରଶାସନ କାହିଁକି ଚୁପଚାପ ବସିଥିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଷୟରେ ପୁରୀର ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କୁ ଅବଗତ କରା ଯାଇଥିଲେ ବି ବ୍ଲକ ପରିସରରେ ଜନସାଧାରଣ ଙ୍କ ଧାରଣା ଜାରି ରହିଥିଲା । ବ୍ଲକ ପ୍ରଶାସନ ଙ୍କୁ ଏ ସମ୍ବଧରେ ମତା ମତ ଲୋଡ଼ାଯାଇଥିଲେ ମଧ୍ୟ, ବ୍ଲକ ତରଫରୁ କିଛି ଉତ୍ତର ମିଳି ନ ଥିବାବେଳେ ବିଡିଓଙ୍କର ଏପରି ବିବାଦୀୟ ଭୂମିକା କୁ ନେଇ ସର୍ବସାଧାରଣରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ସର୍ବଶେଷରେ ଶ୍ରୀମତୀ ଛାଟୋଇ ଙ୍କର ପ୍ରଥିପାତ୍ର ନାକଚ କରଗଲାବୋଲି ପୁରିଜିଲା ଅତିରିକ୍ତ ଏସ ପି ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.