ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ଫେରାର

0

ରଣପୁର / ପ୍ରସନ୍ନ ସାମନ୍ତରାୟ: ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ମାନେ ଫେରାର l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଅଂଚଳରେ l ସୂଚନା ଅନୁସାରେ ଗତକାଲି ମଧ୍ୟ୍ୟରାତ୍ରିରେ ରଣପୁରର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ବଜରଙ୍ଗୀ ଦଳର ସଦସ୍ୟ ଙ୍କ ସହାୟତା ରେ 0D02N8208ନୁମ୍ବର ର ଏକ ବେଆଇନ ଗୋରୁବୋଝେଇ କଣ୍ଟେନର ଗାଡିକୁ ରଣପୁରରୁ ପିଛା କରି ଗୁଣ୍ଡୁରୀଆ ଠାରେ ଜବତ କରିବାକୁ ସକ୍ଷମ ହୋଇଥିଲେ l ଏଥିରେ 100ରୁ ଉର୍ଦ୍ଧ ଗାଈ ରହିଥିବା ବେଳେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରେ ପୋଲିସ ସହ ଧସ୍ତା ଧସ୍ତି ହାତାହାତୀ ହେବାକୁ ମଧ୍ୟ୍ୟ ପଛେଇ ନଥିଲେ. ପରେ ଏକ ଫୋର୍ସ ଗାଡି ଘଟଣା ସ୍ଥଳରେ ପହଞ୍ଚି ବା ପରେ ବେପାରୀ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ l ଏହି କଣ୍ଟେନର ଗାଡିଟି ଆନ୍ଦ୍ର ପ୍ରଦେଶ ଯାଉଥିବା ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି l ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି l

Leave A Reply

Your email address will not be published.