ଟାଲ ଗ୍ରାମ ଠାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ

9

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଟାଲ ଗ୍ରାମ ଠାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି !ଅନୁଷ୍ଠିତ ସଭାରେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଶିକ୍ଷକ ନରେନ୍ଦ୍ର ଜାଲ ଓ ଅଙ୍ଗଦ ଜେନା ମଞ୍ଚପରିଚାଳନା କରିଥିଲେ !ଏହି ଅବସରରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତଅତିଥି ଭାବେ ସାଂସଦ ପ୍ରତିନିଧି ମାନଭଞ୍ଜନ ବେହେରା,ସ୍ଥାନୀୟ ସରପଞ୍ଚ ମିଥିଲା ସାହୁ, ସମିତିସଭ୍ୟା ଦୀପାଞ୍ଜଳି ପଧାନ,ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଜୟ କୁମାର ସାହୁ,ବରିଷ୍ଠ ନେତା ସିଦ୍ଧାର୍ଥ ଶଙ୍କର ମିଶ୍ର,ଦିପ୍ତୀପୁର ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରିୟଦର୍ଶି ସେନାପତି, ମେଲଚ୍ଛାମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଶୋଭାସାଗର ପଧାନ,ପି. ଏସ. ଏସ ସଭାପତି ମଧୁସୂଦନ ହୋତା, ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୋଭାଗ୍ୟ ମଞ୍ଜରୀ କୁମ୍ଭାର , ବ୍ୟାସଦେବ ପଣ୍ଡା, ଜଗଦୀଶ ମହାନନ୍ଦ,ଜମଳା ସି. ଆର. ସି. ସି ପ୍ରେମସଗାର ପଧାନ, ମେଲଚ୍ଛାମୁଣ୍ଡା ସି. ଆର. ସି. ସି ବିଶ୍ୱଜିତ ପ୍ରମୁଖ ମଂଚାସୀନ ଥିଲେ !ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟ ଗୋଦାବରୀ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ର ଶିଳାନ୍ୟାସ କରାଗଲା !ଅନୁଷ୍ଠିତ ସଭାରେ ଡିଜିଟାଲ ଭିଡ଼ିଓ କନଫରଏନ୍ସ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିଭାଷଣ ପରେ ତୃତୀୟ ପର୍ଯ୍ୟାୟ ଗୋଦାବରୀ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା !ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ,ଟାଲ ବିଦ୍ୟାଳୟର ସମସ୍ତ ସଦସ୍ୟ, ଗ୍ରାମ୍ୟକମିଟି ସଦସ୍ୟ, ଜଟାଧାରୀ କ୍ଳବର ସମସ୍ତ ସଦସ୍ୟ, ଏସ. ଏମ. ସି କମିଟି ସଦସ୍ୟ ପ୍ରମୁଖ ସହଯୋଗ କରିଥିବା ବେଳେ ଅଙ୍ଗଦ ଜେନା ମଞ୍ଚ ପରିଚାଳନା କରିଥିଲେ।ବିଦ୍ୟାଳୟର ଶିକ୍ଷକ ସଂଜୀବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ !

Leave A Reply

Your email address will not be published.