ଭୁବନେଶ୍ୱର : ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ହୋଟେଲ ପବିତ୍ର ରୟାଲ ରେଜେନ୍ସି ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୬ ତାରିଖରୁ କିଟ୍ ଷ୍ଟାଡ଼ିୟମରେ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବ । ଏଥିପାଇଁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ୍, ସ୍ପୋର୍ଟସ୍ ହଷ୍ଟେଲ, ବିଜୁ ପଟ୍ଟନାୟକ ଫୁଟବଲ ଏକାଡେ଼ମୀ, ବିଡ଼ାନାସୀ କ୍ଲବ କଟକ, ରାଉରକେଲା, ରାଇରଙ୍ଗପୁର, କିଟ୍, ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ, ବାରିପଦା ଦଳଗୁଡ଼ିକ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏକ କମିଟି ଗଠନ କରାଯାଇଅଛି । ଏଥିରେ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଡ. ସୌର୍ଯ୍ୟରଞ୍ଜନ ପରିଜା, ଅଧ୍ୟକ୍ଷ ଭାବେ କିଟ ସ୍ପୋର୍ଟସ ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ, ପୂର୍ବତନ ମହିଳା ଅଧିନାୟିକା ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଥିବାବେଳେ ମହମ୍ମମଦ ସହିଦ ଜବାର, ସହଦେବ ରାଉତ, ଭାଗ୍ୟଧର ଜଗଦେବ, ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ଟିମ୍ ସ୍ପନସର ଶ୍ରୀ ଆଜିତ ସାମନ୍ତରାୟ, ଦିଲ୍ଲୀପ ଦାସ, ବୃନ୍ଦାବନ ଦଳବେହେରା, ଜଲିଲ ଖାନ, ଅମରେନ୍ଦ୍ର ମହାପାତ୍ର, ସ୍ନିଗ୍ଧା ମହାପାତ୍ର, ପ୍ରସନ୍ନ ରାଉତ, ଅଲେଖ ମଲ୍ଲିକ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଚିନ୍ମୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ବିଜେତା ଓ ଉପବିଜେତା ଦଳକୁ ୨୦ ହଜାର ଏବଂ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ସିଟି କ୍ଲବ ସହ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିିଟିର ଅଧ୍ୟକ୍ଷ ଡ. ଗଗନେନ୍ଦୁ ଦାସ ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମହିଳା ଫୁଟବଲ୍ ଖେଳାଳୀମାନେ ସମ୍ବର୍ଦ୍ଧିତ ହେବେ । ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଏହି ଟୁର୍ଣ୍ଣାମେଣ୍ଟର ଟିମ୍ ଗୁଡ଼ିକୁ ସ୍ପନସର କରିବାକୁ ଚାହୁଁଥିଲେ, ୯୯୩୭୧୯୯୧୧୮ରେ ପ୍ରଦୀପ କୁମାର ରାଉତରାୟ, ସମ୍ପାଦକ, ସିଟି କ୍ଲବ, ନୟାପଲ୍ଲୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ।
Sign in
Sign in
Recover your password.
A password will be e-mailed to you.