ଭୁବନେଶ୍ବର: ନବଗୁଞ୍ଜର ସଂସ୍କୃତି ମଞ୍ଚ ଆନୁକୁଲ୍ୟରେ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗୃହରେ ଏକ ବିଶେଷ ବ୍ୟାଖ୍ୟାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ପବିତ୍ର ଜଗନ୍ନାଥ ସଡ଼କର ସ୍ଥିତି ଓ ମହତ୍ତ୍ବ” ବିଷୟରେ ଏକ ତଥ୍ୟପୂର୍ଣ୍ଣ ଓ ଭାବଗର୍ଭକ ବ୍ୟାଖ୍ୟାନ ଉପସ୍ଥାପନା କରିଥିଲେ ବିଶିଷ୍ଟ ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର। ସୁବିଦିତ ସଂସ୍କୃତି ବିଶେଷଜ୍ଞ ଶାନ୍ତନୁ କୁମାର ରଥ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ।
ପ୍ରାରମ୍ଭରେ ପ୍ରାଚୀନ କାଳରେ ଜଗନ୍ନାଥ ସଡ଼କର ଉଦ୍ଗମ ସ୍ଥଳରୁ ନେଇ ପୁରୀ ଶ୍ରୀଜଗନ୍ନାଥ ଧାମ ପର୍ଯ୍ୟନ୍ତ ଗୋଟିଏ ସମର୍ପିତ ଦଳ ସହିତ ଅନୀଲ ଧୀରଙ୍କର ପଦଯାତ୍ରା କାଳରେ ଦୃଶ୍ୟମାନ ହୋଇଥିବା ବିଭିନ୍ନ ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଗୋଟିଏ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାପରେ ଅନୁଷ୍ଠାନର ଆବାହକ ଉମାକାନ୍ତ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଶାନ୍ତନୁ କୁମାର ରଥ ବକ୍ତା ଅନୀଲ ଧୀରଙ୍କର ପରିଚୟ ପ୍ରଦାନ କରିଥିଲେ।
ଏହା ଉପରାନ୍ତେ ନିଜର ବିସ୍ତୃତ ବ୍ୟାଖ୍ୟାନର ଅନୀଲ କୁମାର ଧୀର ପବିତ୍ର ଜଗନ୍ନାଥ ସଡ଼କର ତତ୍କାଳୀନ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଏକ ତଥ୍ୟପୂର୍ଣ୍ଣ ବିଶ୍ଳେଷଣ କରିଥିଲେ।
ପରିଶେଷରେ ବ୍ୟାଖ୍ୟାନକର୍ତ୍ତା ଅନୀଲ ଧୀର ସଭାରେ ଉପସ୍ଥିତ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜଧାନୀର ଅନେକ ସଂସ୍କୂତିପ୍ରେମୀ ଓ ବୁଦ୍ଧିଜୀବୀ ବ୍ୟକ୍ତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.