ଚଣ୍ଡୀ କ୍ଲବ ପକ୍ଷରୁ କାଳୀ ପୂଜା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

16


ଯାଜପୁର/ବ୍ୟାସନଗର (ବିଶ୍ବରଞ୍ଜନ ପଟ୍ଟନାୟକ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ପ୍ରତିଷ୍ଠିତ ‘ଚଣ୍ଡୀ କ୍ଲବ’ ପକ୍ଷରୁ ଆସନ୍ତା କାଳୀ ପୂଜା ଏବଂ ମେଲଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକ ରେ ଚଣ୍ଡୀ କ୍ଳବ କାଳୀପୂଜା କମିଟିର ସଭାପତି ପ୍ରମୋଦ କୁମାର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ନିଷ୍ପତ୍ତି ଅନୁଯାୟୀ ଚୋରଦା କାଳୀମେଳଣ ପଡିଆ ଠାରେ ସମସ୍ତ ପୂଜାକମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଆଲୋଚନାରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ପୌରାଧ୍ୟକ୍ଷ ସୁଭାଷ ଚନ୍ଦ୍ର ବଳ, ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର , ଆଦର୍ଶ ଥାନାଧିକାରୀ ଆଶିଷ କୁମାର ସାହୁ, ଚଣ୍ଡୀ କ୍ଲବ୍ ସମ୍ପାଦକ ଶିଶିର କୁମାର ରାଉତ, ,ଶାନ୍ତି କମିଟିର ସମ୍ପାଦକ ବିଦ୍ୟାଧର ମହାନ୍ତି ,ତଥା ୧୯ ଗୋଟି ମେଢ଼ କମିଟିର ସମ୍ପାଦକ,ସଭାପତି ଏବଂ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍, ୟୁଟ୍ୟୁବ ର ସମସ୍ତ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଶାନ୍ତି ଶୃଙ୍ଖଳା ର ସହ କିପରି ମେଲଣ ଉତ୍ସଵ ହୋଇପାରିବ ଏ ସମ୍ପର୍କରେ ଆଦର୍ଶ ଥାନାଧିକାରୀ ଶ୍ରୀସାହୁ ମାର୍ଗ ଦର୍ଶନ କରିଥିଲେ।
୧୯ ଟି ମେଢ଼ ମଧ୍ୟରେ ରୁଟ ନିର୍ଦ୍ଧାରିତ ହୋଇଥିଲା।ଏହି ପ୍ରସିଦ୍ଧ ଗଣପର୍ବ ଉତ୍ସବର ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପ୍ରତି ସଜାଗ ରହିବା ପାଇଁ ସମସ୍ତ କମିଟି ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ଅଧ୍ୟାପକ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.