ଗୁଣୁପୁର (ସନ୍ତୋଷ ଚୌଧୁରୀ) : ଆଉ ନାହାନ୍ତି ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ସମ୍ମାନରେ ବିଭୂଷିତା ଶାନ୍ତି ଦେବୀ | ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତି ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି | ତାଙ୍କୁ ୮୮ବର୍ଷ ହୋଇଥିଲା | ବିଳମ୍ବିତ ରାତ୍ରିରେ ହଠାତ୍ ଛାତିରେ ଜନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଗୁଣପୁର ତଥା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି |
ବାଲେଶ୍ଵର ଜିଲ୍ଲାର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଦେବୀ ସେହି ଜିଲ୍ଲା ଅନ୍ତର୍ଗତ ସୁନହଟର ଜମିଦାର ପରିବାରରେ ବିବାହ କରିଥିଲେ । ସମସ୍ତ ବିଳାସବ୍ୟସନ ଓ ଆଭିଜାତ୍ୟର ମୋହତ୍ୟାଗ କରି ସ୍ବାମୀ ସ୍ବର୍ଗତ ଡ଼ ରତନ ଦାସଙ୍କ ସହିତ ଗାନ୍ଧୀ ସର୍ବୋଦୟ ଆନ୍ଦୋଳନରେ ମନୋନିବେଶ କରିବା ସହ ବିନୋବା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ | ବିବାହର ମାତ୍ର ଅଳ୍ପଦିନ ପରେ ଦୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ | ଆଉ ସେ ଅଂଚଳର ଆଦିବାସୀ, ଭୂମିହୀନ ଓ ଗରିବଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ | ରାୟଗଡ଼ା ଜିଲ୍ଲାର ଗୁଣୁପୁର ନିକଟରେ ସେବା ସମାଜ ଗଢି ଏହି ଦମ୍ପତ୍ତି ଅନାଥ ଓ ଆଦିବାସୀ ହରିଜନ ପିଲାଙ୍କର ସେବାରେ ଆଜୀବନ ବ୍ରତୀ ଥିଲେ। ପୂର୍ବରୁ ତାଙ୍କ ସ୍ୱାମୀ ବିଶ୍ୱସ୍ତ ସର୍ବୋଦୟ ନେତା ତଥା ଗାନ୍ଧିବାଦୀ ଡ଼ ରତନ ଦାସଙ୍କ ଦେହାନ୍ତ ହୋଇଥିଲା | ସେବକ୍ଷେତ୍ରକୁ ତାଙ୍କର ମହାନ ଅବଦାନ ପାଇଁ ଶାନ୍ତି ଦେବୀଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା | ସେବା ସହିତ ସାରସ୍ୱତ ସାଧନାରେ ବି ବ୍ରତୀ ଥିଲେ ଶାନ୍ତି ଦେବୀ | ସେ ବିନୋବାଙ୍କ ଜୀବନୀ ଅହିଂସାର ଅନ୍ୱେଷଣ ଓ ଅନ୍ୟ କେତେକ ପୁସ୍ତକର ଅନୁବାଦ କରିବା କିଛି ପୁସ୍ତକର ରଚନା ବି କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post