ଓଡ଼ିଶୋ ଗ୍ରାମର ମାଟିଆ ସମ୍ପ୍ରଦାୟଙ୍କର ଅଭିଯୋଗକୁ ମିଳୁନି ନ୍ୟାୟ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଓ ତହସିଲ ଅଧୀନସ୍ଥ ଓଡିଶୋ ଗ୍ରାମ ପଞ୍ଚାୟତ ଓଡିଶୋ ଗ୍ରାମର ୧୧ ନମ୍ବର ୱାର୍ଡରେ ବସତି ସ୍ଥାପନ କରିଥିବା ୩0 ଟି ମାଟିଆ ଅନୁସୂଚିତ ଜାତି ପରିବାର ତରଫରୁ ୧୫0 ରୁ ଉର୍ଦ୍ଧ ଭୋଟର ଆଗାମୀ ପଞ୍ଚାୟତ ନିର୍ବାଚ 2022 କୁ ସାମୁହିକ ଭାବରେ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି l ସୂଚନାରୁ ମିଳିଛି ଯେ ସମ୍ବିଧାନ ଧାରା 342 ପ୍ରେସିଡେନସିଆଲ ରୁଲ 1950 ଅନୁଯାୟୀ ଓଡିଶୋ ଗ୍ରାମ ପଞ୍ଚାୟତ ଓ ଓଡିଶୋ ଗ୍ରାମର ୧୧ ର ନମ୍ବର ୱାର୍ଡରେ ବସତି ସ୍ଥାପନ କରୁଛନ୍ତି ଏହି ଅନୁସୂଚିତ ଜାତି ର ମାଟିଆ ଲୋକ ମାନେ ଏହି ସମ୍ପ୍ରଦାୟର ପ୍ରାୟ 150 ରୁ ଉର୍ଦ୍ଧ ଭୋଟର ରହୁଛନ୍ତି l ସମସ୍ତଙ୍କର ଜମି ପଟାରେ ଜାତି ମାଟିଆ ବୋଲି ଉଲ୍ଲେଖ କରାଯାଇଅଛି l ଜଗତସିଂହପୁର ତହସିଲଙ୍କ ତରଫରୁ ଲ୍ୟଣ୍ଡ ପାସବୁକରେ ମଧ୍ୟ ମାଟିଆ (ଆଦିବାସୀ) ବୋଲି ଉଲ୍ଲେଖ କରି ପ୍ରଦାନ କରାଯାଇଅଛି l ପୂର୍ବରୁ ସେହି ମାଟିଆ ସମ୍ପ୍ରଦାୟର ଲୋକମାନଙ୍କୁ ତହସିଲଦାର, ଜଗତସିଂହପୁର ବିଭିନ୍ନ ସରକାରୀ କାର୍ଯ୍ୟ ନିମନ୍ତେ ଜାତି ସାର୍ଟିଫିକେଟ ପ୍ରଦାନ କରିଥିଲେ l ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି l ସେହି ଜାତିଗତ ପ୍ରମାଣ ପତ୍ର ଅନୁସାରେ ସେହି ବସ୍ତିର କିଛି ଲୋକ ବିଭିନ୍ନ ସରକାରୀ କାଯ୍ୟାଳୟ ମଧ୍ୟ ନିୟମିତ ସ୍ଥାୟୀରୂପେ କାର୍ଯ୍ୟ କରୁଛନ୍ତି କିନ୍ତୁ ବର୍ତ୍ତମାନ ସେମାନଙ୍କର ପିଲାମାନଙ୍କୁ ଜାତି ଗତ ପ୍ରମାଣ ପତ୍ର ମିଳୁନାହିଁ l ଯାହାଦ୍ୱାରା ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷା ନିମନ୍ତେ ଓ ସେମାନଙ୍କ ଷ୍ଟାଇପିନ ଟଙ୍କାରୁ ବଂଚିତ ହେଉଛନ୍ତି l ୧୧ ନମ୍ବର ୱାର୍ଡର ୱାର୍ଡମେମ୍ବର ପଦବୀ ଓ ସମିତି ସଭ୍ୟ ପଦବୀ ଅନୁସୂଚିତ ଜନଜାତି (ମାଟିଆ) ସମ୍ପ୍ରଦାୟ ତରଫରୁ ସଂରକ୍ଷିତ ଅଛି l କିନ୍ତୁ ଜାତିଗତ ପ୍ରମାଣ ପତ୍ର ନ ମିଳିବାରୁ ସେଥିରେ ମଧ୍ୟ ବଂଚିତ ହେଉଛନ୍ତି l ଉକ୍ତ ଜନ ଜାତି ଗଣ ମନ୍ତ୍ରୀ ଓ ରାଜ୍ୟପାଳ ଓଡିଶା ମହାଶୟଙ୍କୁ ବିନମ୍ର ଅନୁରୋଧ ଦୀର୍ଘ ସମୟ ଧରି ଅନୁରୋଧ କରି ଆସୁଛନ୍ତି l ଏଥିପତି କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟିଗୋଚର କରୁନାହାନ୍ତି କିମ୍ଭା ସମସ୍ୟା ସମାଧାନ ପ୍ରତି କୌଣସି କାର୍ଯ୍ୟପନ୍ଥା ଅମ୍ବଲମ୍ବନ କରୁନାହାନ୍ତି l ଯାହାଦ୍ୱାରା ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଓଡିଶୋ ଗ୍ରାମର ମାଟିଆ ସମ୍ପ୍ରଦାୟର ଲୋକ ମାନେ ଦୁଃଖରେ ଜୀବନ ଯାପନ କରିଛନ୍ତି l ସେମାନଙ୍କର ସରକାରଙ୍କୁ ଗୁହାରି ଅଛି ଯେ ଓଡିଶା ଜାତି ସାର୍ଟିଫିକେଟ ରୁଲ 1980 ଅନୁଯାୟୀ ତହସିଲଦାର ଜଗତସିଂହପୁର କୁ ନିର୍ଦେଶ ଦିଅଯାଉ କି ତୁରନ୍ତ ଜାତି ସାର୍ଟିଫିକେଟ ପ୍ରଦାନ କରାଯାଉ ନିର୍ଧାରିତ ସମୟ ସୀମା ମଧ୍ୟରେ ଜାତି ସାର୍ଟିଫିକେଟ ପ୍ରଦାନ ନ କରନ୍ତି ଅନାବଶ୍ୟକ ବିଳମ୍ବ କରନ୍ତି ତାହାହେଲେ ମାଟିଆ ସମ୍ପ୍ରଦାୟର ଲୋକମାନେ ଆଗାମୀ ପଞ୍ଚାୟତ ନିର୍ବାଚନ 2022 କୁ ସାମୁହିକ ଭାବେ ବର୍ଜନ କରିବାକୁ ବାଧ୍ୟ ହେବେବୋଲି ଜଣାଇଛନ୍ତି l

Leave A Reply

Your email address will not be published.