ଧାନଖଳା ରେ ନିଆଁ ଲାଗି ପୁଡ଼ି ଜଳି ଗଲା ଧାନ ଗଦା।

0

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା। ଗାଁ ର ଦୁଇଜଣଙ୍କ ପ୍ରାୟ ୨୭ ପକେଟ ଧାନ ପୋଡିଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନୀଗୁଡା ଗାଁର ସୌନ୍ଦର୍ଯ୍ୟ ସୁନା, ଓ ରବି ମହାନନ୍ଦିଆ, ଦୁଇ ପରିବାର ମିଶି ଧାନ ଖଳା କରିଥିଲେ ।ଆଜି ବିଲରେ ମିଶିନ ଦ୍ୱାରା ଧାନ କାଟି ଖଳାରେ ଗଦା କରି ମଧ୍ୟାହ୍ନ ରେ ଘରକୁ ଖାଇବାକୁ ଯାଇଥିଲେ ।ସେତେ ବେଳେ ଖଳାରେ ଛୋଟ ପିଲା ମାନେ ରହିଥିଲେ ।ଅଚାନକ ଗଦା ହୋଇଥିବା ଧାନଗଦାରୁ ନିଆଁ ଲାଗି ଧୂଆଁ ବାହାରିଥିବା କିଛି ଲୋକ ଦେଖି ରବି ଓ ସୁନା କୁ ଡାକିଥିଲେ ।ଗ୍ରାମବାସୀ ମିଳିତରେ କିଛି ଧାନ ବାହାର କରି ନିକଟସ୍ଥ ନାଳରୁ ପାଣି ଆଣି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ।ଏହା ଦେଖି ଗ୍ରାମ ର ଯୁବକ କମଳ ସୁନା ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରି ଥିଲେ ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର ଓ ଆଇ ସି ବଳରାମ ବେହେରା ଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଛି।ଏଥିରେ ସୌନ୍ଦର୍ଯ୍ୟ। ସୁନଙ୍କ ୧୨ ପେକେଟ ଓ ରବି ମହାନନ୍ଦିଆଙ୍କ ୧୫ ପେକେଟ ଧାନ ପୋଡି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.