ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ , କର୍ମଚାରୀ ଓ ମିଶନ ଶକ୍ତିର ମହିଳାମାନେ ଯୋଗ ଦେଇଥିଲେ। ପ୍ରଥମେ ଉପସ୍ଥିତ ସମସ୍ତଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦୁର୍ନୀତି ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଓ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସମସ୍ତ ନାଗରିକ ଦୁର୍ନୀତି ବିରୋଧରେ ସଚେତନ ହେବା ସହ ସାଧୁତା , ସ୍ୱଚ୍ଛତା ଓ ସତ୍ୟନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶପଥ ପାଠ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଡେପୁଟି କଲେକ୍ଟର ଶ୍ରୀ କ୍ରିତିସାଇ ଶୁକ୍ଲା , ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଟିମନ ବାରା , ଦୁର୍ନୀତି ନିବାରଣ ବିଭାଗର ଏସ୍‌ଆଇ ଶ୍ରୀ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.