ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଖବର କାଗଜ ହକର ମାନଙ୍କ ସକାଶେ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି।
ଖବର କାଗଜ ହକର ଗଣଙ୍କ ପାଇଁ ଏହି ସାମାଜିକ ସୁରକ୍ଷା ଯୋଜନା ଜନ ସାଧାରଣ ଦେଶ ବିଦେଶର ଖବର ଜାଣିବା ସକାଶେ ପ୍ରତ୍ୟେକ ଦିନ ସକାଳୁ ଖବର କାଗଜକୁ ଅପେକ୍ଷା କରିଥାନ୍ତି। ଖବର କାଗଜ ହକର ଗଣ ବହୁ ପରିଶ୍ରମ କରି ଖରା , ବର୍ଷା , ଶୀତକୁ ଖାତିର ନକରି ପ୍ରତିଦିନ ନିଜର ଦାଇତ୍ୱ ସମ୍ପାଦନା କରି ଆସୁଛନ୍ତି। ସେମାନଙ୍କ ଶ୍ରମ ଯୋଗୁଁ ଜନସାଧାରଣ ଦେଶ ବିଦେଶର ଖବର ସହିତ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ ପାଇଥାନ୍ତି।
ଗୁରୁବାର ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରି ସମସ୍ତ ଖବର କାଗଜ ହକର ମାନଙ୍କ ଜମାଖାତାକୁ ଛଅ ହଜାର ଟଙ୍କା ଲେଖାଁଏ ସିଧା ସେମାନଙ୍କ ଜମାଖାତାରେ ପ୍ରଦାନ କରିଛନ୍ତି।
ଗଜପତି ଜିଲ୍ଲାପାଳଙ୍କ ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା ଉପସ୍ଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଖବର କାଗଜ ହକର ଗଣ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗଜପତି ଜିଲ୍ଲାର ୮୪ ଜଣ ଖବର କାଗଜ ହକର ପଞ୍ଜିକୃତ ହୋଇଛନ୍ତି। ଆଜି ସେହି ଖବର କାଗଜ ହକର ମାନଙ୍କୁ ମଧ୍ୟରୁ ଜିଲ୍ଲାପାଳ ୨୩ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.