ଶିଶୁ ଶ୍ରମିକ ନିରାକରଣ ଅଭିଯାନ: ଓଡ଼ଗାଁ ଏନ୍‌ଏସି ଓ ବ୍ଳକ ଅଞ୍ଚଳରେ ସଚେତନତା ରଥ ପରିକ୍ରମା, ପଥପ୍ରାନ୍ତ ପାଲ୍ଲା ଅନୁଷ୍ଠିତ,

14


ଶିଶୁଙ୍କୁ ଶ୍ରମ ନୁହେଁ, ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ,


ଓଡ଼ଗାଁ, ୩୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳ ତଥା ଏନ୍ଏସିରେ ଶିଶୁ ଶ୍ରମିକ ଭଳି କୁସ୍ଚିତ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ୪୪ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଓଡ଼ଗାଁ ବ୍ଲକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିବାଳା ରଣା ଏବଂ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ଉପସ୍ଥିତ ଜନପ୍ରତିନିଧି ମାନଙ୍କ ସହଯୋଗ ଲୋଡ଼ାଯାଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ କାର୍ଯ୍ୟ ହାସଲରେ ସହାୟତା ଦେଇପାରିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକମୁକ୍ତ କରିବା, ଶିଶୁମାନଙ୍କୁ ବିଦ୍ୟାଳୟମୁଖୀ କରିବା, ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ସୁନିଶ୍ଚିତ କରିବା ସହ ଥଇଥାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ, ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଶନିବାର ଓଡ଼ଗାଁ ଏନ୍‌ଏସି ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଚେତନତା ରଥ ପରିକ୍ରମା କରିଥିଲା। ଏଥିସହ ଓଡ଼ିଶାର ପାରମ୍ପରିକ ଲୋକକଳା ପାଲା ମାଧ୍ୟମରେ ଓଡ଼ଗାଁ ଏନ୍‌ଏସିର ବିଭିନ୍ନ ଛକ ବଜାର ସହିତ ପଞ୍ଚାୟତ ଅଞ୍ଚଳରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ପାଲା ପରିବେଷଣ ମାଧ୍ୟମରେ ଶିଶୁ ଶ୍ରମିକ ପ୍ରଥାର କୁପରିଣାମ, ଶିଶୁମାନଙ୍କ ଶିକ୍ଷା ଅଧିକାର ଏବଂ ସେମାନଙ୍କୁ ଶ୍ରମରୁ ଦୂରେଇ ରଖି ବିଦ୍ୟାଳୟମୁଖୀ କରିବାର ଆବଶ୍ୟକତା ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଯାଇଥିଲା।

Leave A Reply

Your email address will not be published.