କଥା ଦେଇ କଥା ରଖିଲେ ସରକାର: ରେମୁଣା କ୍ରୀଡ଼ା ଇତିହାସରେ ସୃଷ୍ଟି ହେବ ନୂଆ ଅଧ୍ୟାୟ

0

ବାଲେଶ୍ୱର : କଥା ଦେଇ କଥା ରଖିଲେ ରାଜ୍ୟ ସରକାର I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ଲୋକ ବାକ୍ୟ ରହିଛି ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି I ଗତ 18 ତାରିଖରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁପାବାଲି ଖେଳ ପଡ଼ିଆର ଉନ୍ନତି କରଣ ପାଇଁ 40 ଲକ୍ଷ ଅନୁଦାନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହି ସମୟରେ ରେମୁଣା ବିଧାୟକ ଏହି ଅଞ୍ଚଳର ଆଉ ଏକ ଠାକୁରାପଦା ଖେଳ ପଡିଆର ଉନ୍ନତି କରଣ ପାଇଁ ମନ୍ତ୍ରୀ ଶ୍ରୀ ବେହେରାଙ୍କ ନିକଟରେ ନିବେଦନ କରିଥିଲେ I
ରାଜ୍ୟ କ୍ରୀଡ଼ାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ରହିଛି ତାହା ପୂରଣ ଏବଂ ଏଇ ଅଞ୍ଚଳର କ୍ରିକେଟ ତଥା ଅନ୍ୟ ଖେଳରେ ଉନ୍ନତି ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗ ଠାକୁରାପଦା ଖେଳ ପଡ଼ିଆର ଉନ୍ନତିକରଣ ନିମନ୍ତେ 40 ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି I
ରେମୁଣା ଅଞ୍ଚଳର କ୍ରୀଡ଼ାର ବିକାଶ ପାଇଁ ରେମୁଣା ଅଞ୍ଚଳର ଦୁଇ ଦୁଇଟି ଖେଳ ପଡିଆର ଉନ୍ନତି କରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ଖୁସିର ଲହରୀ ଖେଳି ଯାଇଛି I ଏହାକୁ ନେଇ ବରୁଣସିଂ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସ କୁହନ୍ତି ଯେ ବରୁଣସିଂ ପଞ୍ଚାୟତକୁ ଏକ କ୍ରୀଡ଼ା କମ୍ପ୍ଲେକ୍ସରେ ପରିଣତ କରିବା ପାଇଁ ସରକାର ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ସେଥିପାଇଁ କେବଳ ଆମ ପଞ୍ଚାୟତବାସୀ ନୁହେଁ ବରଂ ସମଗ୍ର ରେମୁଣା ବାସିନ୍ଦା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚୀର ଋଣୀ ରହିବେ I ଏଥିପାଇଁ ଆମ ପଞ୍ଚାୟତବାସୀଙ୍କ ପକ୍ଷରୁ କ୍ରୀଡାମନ୍ତ୍ରୀ ଏବଂ ଆମ ରେମୁଣା ବିଧାୟକ ମହୋଦୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି I ସରକାରଙ୍କ ଏହି ଅନୁଦାନ ପରେ ଆମ ଅଞ୍ଚଳର କ୍ରୀଡ଼ା ବିକାଶକୁ କେହି ଅଟକାଇ ପାରିବେନି I ଏଥିପାଇଁ ମୁଁ ଏ ଅଞ୍ଚଳର ସବୁ ଯୁବ ଖେଳାଳିଙ୍କୁ ଅନୁରୋଧ କରିବି କି ସେମାନେ ଏହାର ଭରପୁର ସୁଯୋଗ ନେଇ ରାଜ୍ୟକୁ ଗର୍ବିତ କରନ୍ତୁ

Leave A Reply

Your email address will not be published.